ଦୁଇ ବର୍ଷ ହେବ ନିଜ ଜନ୍ମ କଲା ଝିଅ ସହ ଦୁଷ୍କର୍ମ କରିଆସୁଥିଲା ବାପା !

କାମୁକ ଲାଳସାରେ ଏମିତି ବି ହୋଇଯାଇପାରେ ଜନ୍ମକଲା ବାପା । ଅନ୍ଧ ହୋଇ ଭୁଲିଯାଏ ସବୁ କିଛି । ଜନ୍ମ କଲା ଝିଅ ପ୍ରତି ବି ତାର ଦୟା ଆସେନି । ଏମିତି ଘଟଣା ପଦାକୁ ଆସିଲେ ମନରେ ପ୍ରଶ୍ନ ଉଠେ ଏମିତି କଣ ସତରେ ହୁଏ । ସତରେ କଣ ଏତେ ତଳକୁ ଖସିଯାଇପାରେ ମଣିଷ । ହଁ ଏମିତି ହିଁ ଏକ ଘଟଣା ନିକଟରେ ସାମ୍ନାକୁ ଆସିଛି । ନିଜ ୧୪ ବର୍ଷର ଜନ୍ମ କଲା ଝିଅକୁ ଦୁଇ ବର୍ଷ ହେବ ଦୁଷ୍କର୍ମ କରି ଆସୁଥିଲା ୪୦ ବର୍ଷୀୟ ବାପା । ଆଉ ଏହି ଘଟଣାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡବିଧାନ କରିଛନ୍ତି ଉତ୍ତରପ୍ରଦେଶ ବାହରାଇଚ କୋର୍ଟ । ତାଙ୍କ ଉପରେ ୫୧ ହଜାର ଟଙ୍କାର ଜୋରିମାନା ଭରିବା ସହିତ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଯାଇଛି । ଏ ପୁରା ଘଟଣା ବାବଦରେ ପ୍ରକୃତରେ ପୀଡିତାର ମାଁ ହିଁ ପ୍ରଥମେ ସାମ୍ନାକୁ ଆଣିଥିଲେ । ନିଜ ସ୍ୱାମୀଙ୍କ ବିରୋଧରେ କେଶ ଦାୟର କରିଥିଲେ ମହିଳା ଜଣକ । ଆଉ ସବୁଠାରୁ ହୃଦୟସ୍ପର୍ଶ ହେଉଛି ଏମିତି ଏକ ଲୋମହର୍ଷଣକାରି ଘଟଣାର ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି ପୀଡିତାର ନିଜ ଭାଇ । ସୁଜୁଏଲି ପୋଲିସ ଷ୍ଟେସନ ଅଧିନସ୍ଥ ନାଂହୁ ଖାଁ ନାମକ ଜଣେ ବ୍ୟକ୍ତି ନିଜ ୧୪ ବର୍ଷୀୟା ଝିଅକୁ ଦୀର୍ଘ ଦୁଇ ବର୍ଷ ହେବ ଲଗାତାର ଦୁଷ୍କର୍ମ କରିଆସୁଥିଲା । ଏହି ସମୟରେ ପୀଡିତାର ବାପା ଝିଅକୁ ଅନ୍ୟ ଏକ ପୁରୁଷ ସହିତ ବିବାହ କରାଇ ଦେଇଥିଲେ ମଧ୍ୟ ସମୟ ସମୟରେ ନିଜ ଘରକୁ ଆଣି ତା ସହିତ ଅନୈତିକ ସମ୍ପର୍କ ରଖିଥିଲା ।

ଆଉ ଏମିତି କରିବା ସମୟରେ ଦିନେ ନିଜ ସ୍ତ୍ରୀ ଓ ପୁଅ ହାତରେ ଧରା ପଡ଼ିଥିଲେ ଏହି ନରରୂପୀ ରାକ୍ଷସ ଜଣକ । ଆଉ ଏହା ପରେ ନିଜ ମା ସାମ୍ନାରେ ସବୁକିଛି ବଖାଣି ଥିଲା ବାପାର ହୀନ ଲାଳସାର ଶିକାର ହୋଇଥିବା ପୀଡିତା ଜଣକ । ଆଉ ଅଗଷ୍ଟ ୨୫ ତାରିଖରେ ଝିଅର ମା ନିଜ ସ୍ୱାମୀଙ୍କ ନାଁରେ ସୁଜୁଆଲି ପୋଲିସ ଷ୍ଟେସନରେ ଏଫଆଇଆର ଦାୟର କରିଥିଲେ । ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ପୋସ୍କୋ ଆକ୍ଟ ଅଧୀନରେ କେଶ ଦାୟର ହୋଇଛି । ପୀଡିତାର ମାଁ, ଭାଇ ସମେତ ଦୁଇ ଜଣ ପଡୋଶୀଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଖୁବ କମ ସମୟ ମଧ୍ୟରେ ଚାର୍ଜ ସିଟ ଦାଖଲ କରାଯାଇ ମାମଲାର ସମାଧାନ କରାଯାଇଥିବାରୁ ପୋଲିସ ସୁପରିଟେଣ୍ଡେଣ୍ଟ ପୋଲିସ ଟିମକୁ ପୁରସ୍କୃତ କରିଛନ୍ତି । ଏହା ସହ ଏତେ କମ ସମୟ ମଧ୍ୟରେ କେଶ ଲଢ଼ି ଦୋଷୀକୁ ଦଣ୍ଡ ଶୁଣେଇ ଥିବାରୁ ସରକାରୀ ଓକିଲ ଜଣଙ୍କୁ ବି ଖୁବ ଶୀଘ୍ର ସମ୍ମନିତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.