ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଶ୍ରମିକ ଦମ୍ପତି ମୃତ

ସୁନ୍ଦରଗଡ଼(କେନ୍ଯୁଜ୍): ସୁନ୍ଦରଗଡ଼ ସଦରଥାନା ସୁବଲୟା ପଞ୍ଚାୟତ ଖଏରଖମନ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଦୁଇ ଶ୍ରମିକ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଧାନ ଆଣିବାକୁ ସୁବଲୟାରୁ ଖଏରଖମନ ଯାଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା।

ଟ୍ରାକ୍ଟରରେ ବସିଥିବା ଦମ୍ପତି ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ମୃତକ ହେଲେ ସୁବଲୟାର ଯୁଗଳ ଭୋଇ ଓ ତାଙ୍କ ସ୍ତ୍ରୀ କୁନ୍ତି ଭୋଇ। ସକାଳୁ ଟ୍ରାକ୍ଟରେ ବସି ଦୁହେଁ ଧାନ ଅ।ଣିବାକୁ ଯାଉଥିବା ବେଳେ ଏହି ଅଘଟଣା ଘଟିଛି । ତେବେ ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି। ଖବର ପାଇ ସଦର ଥାନା ପୋଲିସ ସେଠାରେ ପହଁଚି ତଦନ୍ତ କରିବା ସହ ଏକ କ୍ରେନ୍ ସହାୟତାରେ ମୃତଦେହକୁ ବାହାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.