ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଲାଗି ପୁଣି ଥରେ ବିଧାନସଭାରେ ସଂକଳ୍ପ ଆଣିଲେ ରାଜ୍ୟ ସରକାର

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ବି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଫଳରେ ଗୃହକୁ ଆସନ୍ତାକାଲି ସାଢ ୧୦ଟା ପର୍ଯ୍ୟନ୍ତ ମୁଲତବୀ କରିଦିଆଯାଇଛି । ତେବେ ଏହି ହଟ୍ଟଗୋଳ ମଧ୍ୟରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । କେନ୍ଦ୍ର ସରକାରଙ୍କୁ ଏହି ସଂକଳ୍ପ ପଠାଯିବ ।

ଆଜି ବି ବିରୋଧୀ ଦଳମାନେ ଗୃହରେ ହଟ୍ଟଗୋଳ ଜାରି ରଖିବା ସହ ଘଣ୍ଟ ବଜାଇଥିଲେ । ବାଚସ୍ପତିଙ୍କ ସର୍ବ ଦଳୀୟ ବୈଠକ କାମ କରିନଥିଲା । ଗତକାଲି ପରି ଆଜି ମଧ୍ୟ ବିଧାନସଭାରେ ହଟ୍ଟଗୋଳ ଲାଗିରହିଥିଲା ।

ଗତ ୬ ଦିନ ହେଲା ବିଧାନସଭା ସ୍ବାଭାବିକ ଭାବେ ଚାଲିପାରୁନାହିଁ । ଗତକାଲି ସର୍ବଦଳୀୟ ବୈଠକ ପରେ ବି ବିରୋଧୀ ଦଳମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ ଗୃହ ମାତ୍ର ୮ ମିନିଟ ଚାଲିପାରିଥିଲା । ପ୍ରକାଶଯୋଗ୍ୟ ଯେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ନେଇ କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟ ପରେ ରାଜ୍ୟ ସରକାର ପୁନର୍ବାର ସଂକଳ୍ପ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.