ଦେହରୁ କପଡ଼ା ଖୋଲି ଏୟାରପୋର୍ଟରେ ନଗ୍ନ ଫଟୋଶୁଟ୍‌! ମଡେଲଙ୍କୁ ଗିରଫ କଲା ପୋଲିସ; ହୋଇପାରେ ୧୮ ବର୍ଷ ଜେଲ୍‌

ଇଣ୍ଡୋନେସିଆର ଜାଭାରେ ଓନଲିଫ୍ୟାନ୍ସ ଫେମ୍‌ ମଡେଲଙ୍କୁ ବିମାନବନ୍ଦରରେ ଅଶ୍ଳୀଳ ଫଟୋଶୁଟ୍‌ କରେଇବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୋଗ ହୋଇଛି କି, ସେ ଏୟାରପୋର୍ଟରେ ହିଁ ନିଜ କପଡ଼ା ଖୋଲି ନ୍ୟୁଡ୍‌ ଫଟୋଶୁଟ୍‌ କରୁଥିଲେ। ସିସ୍କାଇ ନାମ୍ନୀ ଯୁବତୀଙ୍କୁ ଏବେ ଏହି ମାମଲାରେ ୧୮ ବର୍ଷ ଜେଲ୍‌ ହୋଇପାରେ।

ଆଡଲ୍ଟ ଷ୍ଟଣ୍ଟର ଭିଡିଓ ଅନଲାଇନ ପବ୍ଲିସ୍‌ କରିଥିଲେ

ଏକ ରିପୋର୍ଟ ମୁତାବକ, ଓନଲିଫ୍ୟାନ୍ସର ଏହି ମଡେଲ ବିମାନବନ୍ଦରରେ ଫଟୋଶୁଟ କରେଇବା ଚକ୍କରରେ ଥିଲେ। ଏଥିପାଇଁ ମଡେଲ ସେଠାରେ ନିଜ କପଡ଼ା ଖୋଲୁଥିଲେ, ଯାହାର ରେକର୍ଡିଂ କ୍ୟାମେରାରେ କଏଦ ହୋଇ ଯାଇଥିଲା। ଭିଡିଓରେ ଦେଖିବାକୁ ମିଳୁଛି କି, ମଡେଲଙ୍କ ପଛ ପଟେ ଜଣେ ଯାତ୍ରୀ ନିଜ ସୁଟ୍‌କେସ ନେଇ ଯାଉଛନ୍ତି। ଏହି ଆଡଲ୍ଟ ଷ୍ଟଣ୍ଟର ଭିଡିଓ ଗତ ମାସରେ ଇଣ୍ଟରନେଟ୍‌ ଜରିଆରେ ସାମ୍ନାକୁ ଆସିଥିଲା। ଏହାପରେ ସ୍ଥାନୀୟ ଲୋକେ ଏ ନେଇ ପୋଲିସରେ ଖବର ଦେଇଥିଲେ।

ମଡେଲଙ୍କୁ ରେଲେଓ୍ଵ ଷ୍ଟେଶନରୁ ଗିରଫ କରାଯାଇଛି

ଅଧିକାରୀମାନେ ନଭେମ୍ବରରୁ ଏହି ମାମଲାର ତଦନ୍ତ ଆରମ୍ଭ କରି ଦେଇଥିଲେ। ଗତ ୪ ଡିସେମ୍ବରରେ ପଶ୍ଚିମ ଜାଭାର ବାନ୍ଦୁଙ୍ଗ ସହରର ଏକ ରେଲେଓ୍ଵ ଷ୍ଟେଶନରୁ ମେଡଲଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ପୋଲିସର ମୁଖ୍ୟ ମୁହରୋମା ଫଜାରିନୀ କହିଛନ୍ତି କି, ଏୟାରପୋର୍ଟ କର୍ମଚାରୀଙ୍କ କହିବା ହେଲା ଭିଡିଓ ଗତ ଅକ୍ଟୋବରରେ ଶୁଟ୍‌ ହୋଇଥିଲା। ମେଡେଲ ସେଠାକୁ ଫଟୋଶୁଟ୍‌ ଉଦ୍ଦେଶ୍ୟରେ ହିଁ ଆସିଥିଲେ। ସେ ଭିତରେ କିଛି ବି ଇନର େଓ୍ଵର୍‌ ପିନ୍ଧି ନ ଥିଲେ।

ମୁଖପାତ୍ର କହିଛନ୍ତି, ମଡେଲଙ୍କୁ ଏକ ରେଲେଓ୍ଵ ଷ୍ଟେଶନରୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି। ପର୍ଣ୍ଣୋଗ୍ରାଫି ଆଇନ ଏବଂ ITE ଆକ୍ଟର ଉଲ୍ଲଂଘନ ନେଇ ତାଙ୍କ ଉପରେ ଅଭିଯୋଗ ରହିଛି। ତେବେ ଗିରଫଦାରୀ ପୂର୍ବରୁ ମଡେଲ ସିସ୍କାଇ କହିଥିଲେ ଯେ ଏମିତି କଣ୍ଟେଣ୍ଟ୍‌ ଯୋଗୁରୁ ହିଁ ତାଙ୍କୁ ପରିଚୟ ମିଳିଛି। ସେ ଯେଉଁଠାକୁ ବି ଯାଆନ୍ତି, ଲୋକେ ତାଙ୍କୁ ଚିହ୍ନି ନିଅନ୍ତି। ତାଙ୍କର ଅଧିକାଂଶ ପ୍ରଂଶସକ ପୁରୁଷ। ତାଙ୍କ ଜୀବନ ଯାଯାବର ଭଳି। ସେ ଅଲଗା ଅଲଗା ଜାଗାକୁ ଯାତ୍ରା କରି ଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.