ଦୁନିଆର ସବୁଠୁ ଖତରନାକ ଜନଜାତି, ମଣିଷ ମାରିବା ଏମାନଙ୍କ ପରମ୍ପରା

ଦୁନିଆରେ ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ଜନଜାତି ବସବାସ କରୁଛନ୍ତି । ଜନଜାତିମାନେ ନିଜ ପରମ୍ପରା ଓ ଖାଦ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏମିତି ଅନେକ ଜନଜାତି ଏବେ ବି ହଜାର ବର୍ଷ ପୁରୁଣା ପରମ୍ପରାକୁ ନିଭାଉଛନ୍ତି । ଏହି ଜନଜାତି ଯେଉଁ ଜଙ୍ଗଲରେ ରହନ୍ତି ସେହି ସ୍ଥାନ ଉପରେ ଏମାନଙ୍କର ପୂରା ଅଧିକାର ଥାଏ । ସେଠାକାର ସରକାର ମଧ୍ୟ ଏହି ପ୍ରଜାତିଙ୍କ ଅଧିକାର ଉପରେ ଦଖଲ ଦିଅନ୍ତି ନାହିଁ । ଏଭଳି ଜନଜାତି ବହୁତ ଭୟାନକ ଅଟନ୍ତି । ଏମାନଙ୍କ ମଧ୍ୟରୁ ଇଥିଓପିଆର ଏକ ଜନଜାତି ଯେଉଁମାନେ ମଣିଷ ସଭାମଜ ଠାରୁ ପୂରା ଅଲଗା ।

ଇଥିଓପିଆର ଏହି ଜନଜାତିଙ୍କ ପାଇଁ କାହାର ହତ୍ୟା କରିବା ଏକ ବାହାଦୂରୀ କଥା । ଏହି ଜନଜାତି ଦକ୍ଷିଣ ସୁଦାନ ସୀମାର ଓମାନ ଉପତ୍ୟକାରେ ରୁହନ୍ତି । ଏହି ଜନଜାତିଙ୍କ ପାଖରେ ଏଭଳି ଅସ୍ତ୍ର ସବୁ ରହିଛି ଯାହା ଦ୍ୱାରା ଏମାନେ ଅତି ସହଜରେ ମଣିଷଙ୍କୁ ମାରି ପାରିବେ । ଯେଉଁଥିପାଇଁ ଏମାନଙ୍କୁ ସବୁଠୁ ଭୟଙ୍କର ଜନଜାତି ବୋଲି କୁହନ୍ତି ।
ଏମାନଙ୍କୁ ମୁର୍ସି ଜନଜାତି ବୋଲି କୁହାଯାଏ । ମୁର୍ସି ସମୁଦାୟର ଲୋକସଂଖ୍ୟା ପାଖାପାଖି ୧୦ହଜାର । ଏମାନଙ୍କ ଚିନ୍ତାଧାରା ବିଲକୁଲ ଅଲଗା । ଏମାନେ କୁହନ୍ତି, କାହାକୁ ନମାରି ବଞ୍ଚି ରହିବାର କୌଣସି ଅର୍ଥ ନାହିଁ, ତାଠୁ ଭଲ ନିଜେ ମରିଯିବା । ମୁର୍ସି ଜନଜାତି ଲୋକମାନେ ଅନେକ ମଣିଷଙ୍କୁ ମାରି ସାରିଲେଣି । ଯଦି କେହି ବି ଏମାନଙ୍କ ଇଲାକାକୁ ବିନା ଅନୁମତିରେ ପଶିଯାନ୍ତି ତେବେ ସେ ଆଉ ବଞ୍ଚିକି ଫେରେ ନାହିଁ ।

ଏହି ଜନଜାତିଙ୍କ ମହିଳା ମାନେ ତଳ ଓଠରେ କାଠ କିମ୍ବା ମାଟିର ଏକ ଜିନିଷ ପିନ୍ଧନ୍ତି ଯାହା ଫଳରେ ସେମାନେ ଖରାପ ନଜରରୁ ବର୍ତ୍ତି ପାରିବେ । ଏହା ଦ୍ୱାରା ମହିଳାଙ୍କ ସୁନ୍ଦରତା କମିଯାଏ ତେଣୁ ସେମାନଙ୍କ ଉପରେ ଖରାପ ନଜର ପଡେ ନାହିଁ ।

ଏହି ଜନଜାତି ଅତ୍ୟନ୍ତ ହିଂସ୍ର ହୋଇଥିବାରୁ ଇଥିଓପିଆ ସରକାର ଏମାନଙ୍କ ସହ ସଂପର୍କ ରଖିବା ଉପରେ କଟକଣା ଜାରି କରିଛନ୍ତି । ଯଦି କେହି ବିଦେଶୀ କିମ୍ବା ରାଷ୍ଟ୍ରମୁଖ୍ୟ ସରକାରୀ ଅତିଥି ଭାବେ ଇଥିଓପିଆ ଆସନ୍ତି ଏବଂ ମୁର୍ସି ଜନଜାତିଙ୍କୁ ଦେଖିବାକୁ ଚାହାନ୍ତି ତେବେ ସଶସ୍ତ୍ର ସୁରକ୍ଷା ବଳୟ ଭିତରେ ସେମାନଙ୍କୁ ଆଦିବାସୀ କ୍ଷେତ୍ର ପରିଭ୍ରମଣ କରାଯାଏ । ଏଇଥି ପାଇଁ କି ସେମାନଙ୍କ ଉପରେ ଆକ୍ରମଣର ଯଥେଷ୍ଟ ସମ୍ଭାବନା ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.