କଣ୍ଟାବାଞ୍ଜି(କେନ୍ଯୁଜ୍) : ବଲାଙ୍ଗୀର ଜିଲ୍ଲାର ତୁରେକେଲା ଅଞ୍ଚଳରେ ପ୍ରାୟ ଦେଢ ମାସ ହେଲାଣି ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଚାଷୀଙ୍କ ଏକର ଏକର ଧାନ,ଓ କପା ଚାଷକୁ ନଷ୍ଟ କରିଛନ୍ତି। ସେହିପରି ଗତକାଲି ରାତିରେ ତୁରେକେଲା ଫରେଷ୍ଟ ଅଧୀନରେ ଥିବା କାଜୁ ଜଙ୍ଗଲରୁ ୩୦ ରୁ ଉର୍ଦ୍ଧ୍ଵ ହାତୀପଲ ଆସି ତୁରେକେଲା ପଞ୍ଚାୟତରେ ପଶି ତୁରେକେଲା ଗାଁର ଅନେକ ଘର ଭାଙ୍ଗିବା ସହିତ ଘରେ ଥିବା ଧାନ,କପା ଚାଷ ନଷ୍ଟ କରିଛନ୍ତି । ଖାଲି ସେତିକି ନୁହେଁ ଲୋକଙ୍କ ଆସବାବ ପତ୍ର ନଷ୍ଟ କରିଛନ୍ତି।
ପ୍ରଥମେ ଗାଁ ମୁଣ୍ଡରେ ହାତୀ ପଲ ଭୀଷଣ ଗର୍ଜନ କରିଥିଲେ । ଯାହାଫଳରେ ଘରେ ଶୋଇଥିବା ଲୋକେ ଜୀବନ ବିକଳରେ ନିକଟସ୍ଥ ଅନ୍ଯ ଏକ ପଡାକୁ ଚାଲି ଚାଲିଯାଇଥିଲେ । ତେବେ କଣ୍ଟାବାଞ୍ଜି ରେଞ୍ଜର ସମେତ ଫରେଷ୍ଟ ଗାର୍ଡ ଏବଂ ବନବିଭାଗର କର୍ମଚାରୀ ମାନେ ହାତୀ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।