ସ୍ମାର୍ଟ ହେଲ୍‌ଥ କାର୍ଡ ସେବାରେ ଯୋଡି ହେବ କେନ୍ଦ୍ରାପଡ଼ା ଓ ଯାଜପୁର, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା /ଯାଜପୁର(କେନ୍ଯୁଜ୍): BSKY ସ୍ମାର୍ଟ ହେଲ୍‌ଥ କାର୍ଡ ସେବାରେ ଯୋଡି ହେବ ଆଉ ୨ ଜିଲ୍ଲା। କେନ୍ଦ୍ରାପଡ଼ା ଓ ଯାଜପୁର। ଆଜି କେନ୍ଦ୍ରାପଡା ବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

ସହରର ମୁନିସିପାଲିଟି ହଲ୍‌ରେ ସ୍ମାର୍ଟ କାର୍ଡ ଉଦ୍‌ଘାଟନ କରାଯିବ । ଏହି ଅବସରରେ କେନ୍ଦ୍ରାପଡା ବିଧାୟକଙ୍କ ସମେତ ଦୁଇ ଜଣ ମନ୍ତ୍ରୀ ଉପସ୍ଥିତି ରହିବେ । ଏହାସହ ଜିଲ୍ଲାର ଅନ୍ୟ ନିର୍ବାଚନୀ ମଣ୍ଡଳରେ ବି ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି । ଜିଲ୍ଲାର ୩ ଲକ୍ଷ ୮ହଜାର ୧୧୭ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କାର୍ଡ ଦିଆଯିବ ।

ସୂଚନା ଥାଉକି, ଗତକାଲି BSKY ସ୍ମାର୍ଟ ହେଲ୍‌ଥ କାର୍ଡ ସେବାରେ ଯୋଡି ହୋଇଥିଲା ଆଉ ୨ ଜିଲ୍ଲା। ନୟାଗଡ଼ ଓ ଜଗତସିଂହପୁର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ। ନୟାଗଡ଼ ପିଟିଏସ୍‌ ପଡିଆରେ ଜିଲ୍ଲାସ୍ତରୀୟ ସଭାର ଆୟୋଜନ କରାଯାଇଥିବାବେଳେ ପ୍ରତି ବ୍ଲକ ମୁଖ୍ୟାଳୟରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ସହ କାର୍ଡ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା।

ଜିଲ୍ଲାର ୭ଲକ୍ଷ ୭୦ହଜାରରୁ ଅଧିକ ହିତାଧିକାରୀ ଏହି କାର୍ଡର ସୁବିଧା ପାଇବେ। ଏହାସହ ନୟାଗଡ଼ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଅରୁଣ ସାହୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଓ ବାଣିଜ୍ୟ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.