ପୁଣି ବଢିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଏବେ ବିବାହ ଋତୁ ଚାଲିଛି। ଯଦି ଆପଣ ସୁନା କିଣିବାକୁ ଇଚ୍ଛା ପ୍ରକାଶ କରୁଥାନ୍ତି, ତେବେ ଆଜି ହିଁ କିଣିନିଅନ୍ତୁ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪, ୧୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮, ୨୧୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୨୫୦ ଟଙ୍କା ଓ ୪୯,୫୨୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭,୧୫୦ ଟଙ୍କା ଓ ୪୮,୧୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୪୦୦୦ ଟଙ୍କା ଓ ୫୧, ୭୧୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫, ୬୦୪ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯, ୭୫୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୪୦୦ ଟଙ୍କା ଓ ୫୦,୧୦୦ ଟଙ୍କା ରହିଛି। ସେହିପରି ଆଜି ରୁପା ମୂଲ୍ୟ ବି କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧, ୫୦୦ ଟଙ୍କା ହୋଇଛି।

ଚେନ୍ନାଇରେ ରୁପା କେଜି ଦାମ୍‌ ୬୫,୩୦୦ ଟଙ୍କା ରହିଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇରେ ୬୧,୫୦୦ ଟଙ୍କା ରହିଛି। କଲିକତା ଏବଂ ବାଙ୍ଗାଲୋରରେ ରୁପା କେଜି ଦାମ୍‌ ୬୧,୫୦୦ ଟଙ୍କା ରହିଥିବା ବେଳେ ହାଇଦ୍ରାବାଦରେ ୬୫,୩୦୦ ଟଙ୍କା ରହିଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.