ଆଗାମୀ ୪ରୁ ୫ଦିନ ଯାଏ ରାଜ୍ୟରେ ଆହୁରି ବଢିବ ଶୀତ, ଗତ ୨୪ ଘଣ୍ଟାରେ ୧୨ଟି ଜିଲ୍ଲାରେ ୧୫ ଡିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପୁଣି ବଢିବ ଶୀତ । ବର୍ଷା ଛାଡିବା ପରେ ଏବେ ରାଜ୍ୟକୁ ପୁଣି ଫେରିଛି ଶୀତ । ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଛି । ଏଥିପାଇଁ ରାଜ୍ୟର ଅନେକ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି । ଆଗାମୀ ୪ରୁ ୫ଦିନ ଯାଏ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ହେବା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ପବନ ବହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଏପଟେ ଗତ ୨୪ ଘଣ୍ଟାରେ ୧୨ଟି ଜିଲ୍ଲାରେ ୧୫ ଡିଗ୍ରୀ ତଳେ ରହିଛି ତାପମାତ୍ରା । ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଛି । ଦାରିଙ୍ଗିବାଡି ବ୍ୟତିତ ଟିଟଲାଗଡରେ ତାପମାତ୍ରା ୧୧.୮ ଡିଗ୍ରୀ, ବଲାଙ୍ଗିରରେ ୧୨.୫ ଡିଗ୍ରୀ ରହିଛି । ରାଜ୍ୟର ୧୨ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳରେ ସଂଧ୍ୟା ୭ଟାରୁ ସକାଳ ୯ଟା ଯାଏ ଘନ କୁହୁଡି ଦୃଶ୍ୟମାନ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.