କାଦମ୍ବିନୀ କାର୍ଯ୍ୟାଳୟରେ ଚାଲ ଫେରିଯିବା ଓ କିଛି କଥା ବାକି ଥାଉ ପୁସ୍ତକ ଉନ୍ମୋଚିତ, ଯୋଗଦେଲେ ବହୁ ବିଶିଷ୍ଟ ବ୍ୟକ୍ତି
ଭୁବନେଶ୍ବର(କେନ୍ୟୁଜ୍):ଓଡ଼ିଶାର ସର୍ବ ପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ କାର୍ଯ୍ୟଳୟ ପରିସରରେ ସାହିତ୍ୟିକା ଶ୍ୱେତା ରାଉତଙ୍କ ଦୁଇଟି ପୁସ୍ତକ ଚାଲ ଫେରିଯିବା ,କିଛି କଥା ବାକି ଥାଉ ,ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ସାହିତ୍ୟିକ ରଞ୍ଜନ କୁମାର ଦାସ ,ବରିଷ୍ଠ ପ୍ରଶାସକ ତଥା ସାହିତ୍ୟିକ ବିଜୟ ନାୟକ ଏବଂ ଜାତୀୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦେଶକ ତଥା କଳିଙ୍ଗ ଟିଭି ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ ।
ଏହି କାର୍ଯ୍ୟକ୍ରମକୁ ସଭପତିତ୍ୱ କରିଥିଲେ କାଦମ୍ବିନୀ ସମ୍ପାଦିକା ଡ଼ ଇତି ସାମନ୍ତ । ଏହି ଅବସରରେ କବିୟତ୍ରୀ ଶ୍ୱେତା ରାଉତଙ୍କ ଦୁଇ ଗୋଟି କବିତା ପୁସ୍ତକ ଚାଲ ଫେରିଯିବା ଏବଂ କିଛି କଥା ବାକି ଥାଉ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏଥିରେ ପୁସ୍ତକ ପ୍ରକାଶକ ବନୋଜ ତ୍ରିପାଠୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କବି ଲେଖକ ଓ ସାହିତ୍ୟକ ବୃନ୍ଦ ଯୋଗଦେଇଥିଲେ ।