ଜାଣନ୍ତୁ ସିବିଲ୍‌ କ୍ସୋର: ଲୋନ ନେବା ପୂର୍ବରୁ ଘରେ ବସି ସରଳ ଉପାୟରେ ଚେକ କରନ୍ତୁ ନିଜର ସିବିଲ ସ୍କୋର

ଅନେକ ସମୟରେ ଆମ ଜୀବନରେ ଏମିତି କିଛ ସମୟ ଆସେ ଯାହା ପାଇଁ ଅଧିକ ଟଙ୍କା ଦରକାର ହୋଇଥାଏ । ସେ ଭଲ ସମୟ ହୋଇଥାଉ କିମ୍ବା ଖରାପ,ନିଜ ଜୀବନକୁ ଅଧିକ ସୁନ୍ଦର ଓ ଭଲ ଭାବେ ବିତାଇବା ପାଇଁ ଲୋକେ ଟଙ୍କା ରୋଜଗାର କରିବାରେ ନିଜର ଦିନ ରାତି ସାମାନ କରିଦିଅନ୍ତି । କେବଳ ପାର୍ଥକ୍ୟ ହେଉଛି ଯେ କିଛିକିଛି ଲୋକେ ଚାକିରୀ କରି ଟଙ୍କା ଇନକମ କରନ୍ତି ତ ଆଉ କିଏ ପୁଣି ନିଜର ବିଜନେସ କରି ଟଙ୍କା ଇନକମ କରନ୍ତି କିନ୍ତୁ ଅନେକ ଥର ଏଏମିତି ହୁଏ ଆମେ ଇନକମ କରୁଥିବା ଟଙ୍କା ରେ ଆମ ଆବଶ୍ୟକତା ପୂରଣ ହୋଇ ନଥାଏ ।
ବେଳେବେଳେ ବିବାହ ପାଇଁ, ବେଳେବେଳେ ଘରୁ ବାହାରକୁ ଯାଇ ନିଜର ପାଠ ପଢା ପାଇଁ ମଧ୍ୟ ଆମକୁ ଲୋନ ନେବା ପାଇଁ ପଡିଥାଏ । ହେଲେ ଆପଣ ଜାଣିଥିବେ ଆପଣ ଯେଉଁଠୁ ବି ଲୋନ ଆଣନ୍ତୁ ବ୍ୟାଙ୍କ ପ୍ରଥମେ ଆପଣଙ୍କର ସିବିଲ ସ୍କୋର ଦେଖିଥାଏ । କିନ୍ତୁ ଅନେକ ଥର ଏମିତି ହୁଏ ଲୋକେ ଜାଣି ନଥାନ୍ତି ଯେ କଣ ଅଟେ ଏହି ସିବିଲ ସ୍କୋର। ଯେଉଁଥିପାଇଁ କିଛି ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

ତେବେ ଆପଣଙ୍କୁ ମଧ୍ୟ ଜାଣିବା ଦରକାର ଆପଣ କେମିତି ନିଜର ସିବିଲ ସ୍କୋର ଚେକ କରିବେ । ଆପଣ ନିଜର ପେଟିଏମ ରେ ଏହାକୁ ଦେଖିପାରିବେ ବା ଚେକ କରିପାରିବେ । ଯାହାକି ଆପଣଙ୍କୁ ଅନେକ କାମରେ ସହାୟତା କରିବ । କାରଣ ବର୍ତ୍ତମାନ ସବୁ ଡିଜିଟାଲ ହୋଇ ଗଲାଣି , ଯେଉଁଥିପାଇଁ ଆପଣଙ୍କୁ ଦରକାରୀ ସ୍ଥାନକୁ ଯାଇ ଲାଇନ ରେ ଆଉ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିବାକୁ ପଡିବନି । ଆପଣ ବର୍ତ୍ତମାନ ନିଜ ଫୋନରେ ଘରେ ବସି ଚେକ କରିପାରିବେ ନିଜର ସିବିଲ ସ୍କୋର । ଆପଣଙ୍କୁ କେବଳ ନିଜ ଫୋନରେ ଡାଉନଲୋଡ କରିବାରେ ଅଛି ମନି ଟ୍ରାନ୍ସଫର ଆପ ପେଟିଏମ। ଅତି ସରଳ ଉପାୟରେ ଆପଣ ପେଟିଏମ ରେ କରିପାରିବେ ନିଜର ସିବିଲ ସ୍କୋର ଚେକ୍‌ । ତେବେ ଜାଣନ୍ତୁ ଫୋନ ମାଧ୍ୟମରେ ପେଟିଏମ ରେ ସିବିଲ ସ୍କୋର ଜାଣିବାର ଉପାୟ ।

CIBIL
Picture Credit – Facebook

୧.ପ୍ରଥମେ ଆପଣଙ୍କୁ ନିଜ ମୋବାଇଲ ଫୋନରେ ପେଟିଏମ ଆପ ଡାଉନଲୋଡ କରିବାକୁ ପଡିବ ଓ ଏହି ଆପ ଡାଉନ ଲୋଡ଼ କରି ସାରିବା ପରେ ନିଜର ମୋବାଇଲ ନମ୍ବର, ପାସୱାଡ ଓ ଓଟିପି ଦେଇ ଏଥିରେ ଲଗଇନ କରନ୍ତୁ ।

୨.ଦ୍ୱିତୀୟରେ ଯେମିତି ଆପଣ ଲଗଇନ କରିବେ ଆପଣଙ୍କୁ ଏକ ସ୍କ୍ରିନ ଦେଖାଯିବ,ଯେଉଁଥିରେ ବିଭିନ୍ନ ପ୍ରକାରର ପ୍ରଶ୍ନ ରହିଥିବ । ଏଥିରେ ଆପଣଙ୍କୁ ସର୍ଚ୍ଚ ରେ ଯାଇ ଫ୍ରି କ୍ରେଡିଟ ସ୍କୋର ଅପ୍ସନ ବା ବିକଳ୍ପ ଖୋଜିବାକୁ ପଡିବ ।
୩. ଏହାପରେ ଆପଣଙ୍କୁ ନିଜର ଫ୍ରି କ୍ରେଡିଟ ସ୍କୋର ସୁବିଧା ଅପ୍ସନ ଦେଖାଯିବ । ଆପଣଙ୍କୁ ଏହା ଉପରେ କ୍ଲିକ କରିବାକୁ ହେବ ଓ ଏଥିରେ ନିଜର ଜନ୍ମ ତାରିଖ,ମୋବାଇଲ ନମ୍ବର ଓ ପ୍ୟାନ କାର୍ଡ ନମ୍ବର ଦେବାକୁ ହେବ ।
୪. ପରବର୍ତ୍ତୀ ସୋପାନ ରେ ଆପଣଙ୍କୁ ମଗାଯାଇଥିବା ସବୁ ଆବଶ୍ୟକୀୟ ତଥ୍ୟ ବା ସବୁ ଡାଟା ର ଡିଟେଲ୍ସ ଦେଇ ସବ୍‌ ମିଟ୍‌ କରିବାକୁ ହେବ । ଏହାପରେ ଆପଣ ଜାଣି ପାରିବେ କଣ ଅଛି ଆପଣଙ୍କ ସିବିଲ ସ୍କୋର ।

ଅତି ସହଜ ଉପାୟରେ ନିଜର ସିବିଲ ସ୍କୋର ଜାଣି ଆପଣ ଉଠାଇ ପାରିବେ ଲୋନ । କାରଣ ଆପଣଙ୍କ ସିବିଲ ସ୍କୋର ଠିକ ନଥିଲେ ଆପଣଙ୍କୁ ଲୋନ ମିଳିବାରେ ଅସୁବିଧାର ସାମ୍ନା କରିବାକୁ ପଡିବ । ତେବେ ଏହି CIBILସ୍କୋର ହେଉଛି ଆପଣଙ୍କର କ୍ରେଡିଟ୍ କାର୍ଡର ତିନୋଟି ଅଙ୍କ ବିଶିଷ୍ଟ ରେଟିଙ୍ଗ ହିଷ୍ଟ୍ରି ବା ତିନୋଟି ଅଙ୍କ ଥିବା ନ୍ୟୁମେରିକ ଡିଜିଟ ଡାଟା , ଯେଉଁଥିରେ ୩୦୦ ରୁ ୯୦୦ ମଧ୍ୟରେ ସ୍କୋର କହିଥାଏ । ତେବେ ଯଦି ୯୦୦ ନମ୍ବର ପାଖାପାଖି ଆପଣଙ୍କ କାର୍ଡର ରେଟିଙ୍କ୍‌ ସ୍କୋର ରହିଥାଏ ଆପଣଙ୍କୁ ସେତେ ଅଧିତ ଓ ଭଲ ଲୋନ ମିଳିବ। ତେବେ କ୍ରେଡିଟ ହିଷ୍ଟୋରୀ ହେଉଛି ଏକ ରେକର୍ଟ ଯାହାକି ରୁଣ ଦେବାର ସ୍କୋରକୁ ଦର୍ଶାଇଥାଏ । ଏହା ଭଲ ଥିଲେ ଆପଣ ନିଶ୍ଚିତ ଲୋନ ପାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.