ଏହି ଜିନିଷକୁ ସବୁବେଳେ ନିଜ ସାଥିରେ ରଖନ୍ତି ପ୍ରିୟଙ୍କା ଚୋପ୍ରା, ଖୁଲାସା କଲେ ଦେଶୀ ଗାର୍ଲ

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିକ୍‌ ଜୋନାସଙ୍କୁ ବାହା ହୋଇ ବିଦେଶ ଚାଲିଯାଇଛନ୍ତି, କିନ୍ତୁ ଏବେବି ସେ ପୂରାପୁରୀ ଦେଶୀ । ତାଙ୍କର ଇନଷ୍ଟାଗ୍ରାମରେ ଏହି କଥାର ଝଲକ୍‌ ଦେଖିବାକୁ ମିଳିଯାଏ। ଏକ ଇଣ୍ଟରଭ୍ୟୁରେ ପ୍ରିୟଙ୍କା ଚୋପ୍ରା ଜଣାଇଥିଲେ ଯେ ସେ ଜମା ବି ଏହା ଅନୁଭବ କରୁନାହାଁନ୍ତି ଯେ ସେ ଘର ଠାରୁ ଦୂରରେ ଅଛନ୍ତି। ପ୍ରିୟଙ୍କା ଜଣାଇଛନ୍ତି ଯେ ତାଙ୍କ ମାଆ ମଧୁ ଚୋପ୍ରା, ମନ୍ଦିର ଏବଂ ଆଚାର ତାଙ୍କ ସହିତ ସବୁବେଳେ ରହିଛନ୍ତି।

ପ୍ରିୟଙ୍କା ଇଣ୍ଟରନ୍ୟାସନାଲ ପପ୍‌ ସେନସେସନ୍‌ ନିକ୍‌ ଜୋନାସଙ୍କୁ ବିବାହ କରି ଇଣ୍ଡିଆ ଠାରୁ ଦୂରେଇ ଯାଇଛନ୍ତି। କିନ୍ତୁ ଭାରତକୁ ସେ ଜମା ବି ଭୁଲିନାହଁନ୍ତି। ଏହି କଥାର ଖୁଲାସା ସେ ଏକ ଇଣ୍ଟରଭ୍ୟୁରେ କରିଥିଲେ। ପ୍ରିୟଙ୍କା ଜଣାଇଥିଲେ ଭାରତୀୟ ସଂସ୍କୃତି ସହ ଜଡିତ ଅନେକ ଜିନିଷକୁ ସବୁବେଳେ ନିଜ ପାଖରେ ରଖିଥାନ୍ତି। ସେ କହିଥିଲେ ଯେ ଆପଣ ମୋତେ ଭାରତରୁ ବାହାରକୁ ନେଇପାରିବ କିନ୍ତୁ ଭାରତକୁ ମୋ ଠାରୁ ବାହାର କରିପାରିବନାହିଁ।

ସେ ଇଣ୍ଟରଭ୍ୟୁରେ ଖୁଲାସା କରିଥିଲେ ଯେ ଭାରତକୁ ସେ ସବୁବେଳେ ତାଙ୍କ ସାଥିରେ ରଖନ୍ତି। ତାଙ୍କ ମାଆ, ତାଙ୍କ ମନ୍ଦିର ଏବଂ ଭାରତରେ ପ୍ରସ୍ତୁତ ଆଚାରକୁ ସବୁବେଳେ ସେ ନିଜ ସାଥିରେ ରଖିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.