ଦୃଢ ସଂକଳ୍ପ ଦେଲା ସଫଳତା: ବୈଜ୍ଞାନିକ ଉପାୟରେ ମୁକ୍ତା ଚାଷ କରି ଚର୍ଚ୍ଚାରେ ଓଡ଼ିଆ ଯୁବକ

ସାଲେପୁର(କେନ୍ଯୁଜ୍): ମୁକ୍ତା ମାଳ, ମୁକ୍ତା ଲକେଟ ଠାରୁ ଆରମ୍ଭ କରି ମୁକ୍ତାରେ ତିଆରି ବିଭିନ୍ନ ଅଳଙ୍କାର । ଦେଖିବାକୁ ଏହା ଯେତିକି ଆକର୍ଷଣୀୟ ସେତିକି ବ୍ୟୟ ସାପେକ୍ଷ ବି। ଏହି ସବୁ ମୁକ୍ତା ସାଧାରଣତଃ ଶାମୁକା ଭିତରୁ ମିଳିଥାଏ। ତେବେ ଶାମୁକାମାନଙ୍କୁ ବ୍ୟବହାର କରି ବୈଜ୍ଞାନିକ ଉପାୟରେ ମୁକ୍ତା ଚାଷ କରୁଛନ୍ତି ଜଣେ ଓଡ଼ିଆ ଯୁବକ। ତାଙ୍କ ମୁକ୍ତାର ଚାହିଦା ମଧ୍ୟ ଦେଶ ବିଦେଶରେ ରହିଛି।

samuka

କଟକ ଜିଲ୍ଲା କିଶନନଗରର ସାମନ୍ତରାପୁର ଗାଁର ମନୋଜ ବିଶୋଇ । ଉଚ୍ଚ ଶିକ୍ଷିତ ଆଉ ବେଶ ଉଚ୍ଚାଭିଲାସୀ। ନିଜ ପ୍ରୟାସରେ ସେ ପୋଖରୀ କରିଛନ୍ତି ମୁକ୍ତାଚାଷ । ଖାଲି ମୁକ୍ତା ନୁହେଁ ତାସହିତ ପୋଖରୀରେ ବିଭିନ୍ନ ପ୍ରକାରର ମାଛ ମଧ୍ୟ ଚାଷ କରନ୍ତି ସେ। ପାଠ ପଢି ଶିକ୍ଷିତ ହୋଇ ଚାକିରୀ ପଛରେ ନ ଗୋଡ଼ାଇ ନିଜେ କିଛି ଗୋଟେ କରିବାର ସଂକଳ୍ପ ଆଜି ତାଙ୍କୁ ଜଣେ ସଫଳ ମୁକ୍ତାଚାଷୀ କରି ତୋଳିଛି। ଏଥିପାଇଁ ବାବୁ ଅନୁଷ୍ଠାନରୁ ପ୍ରଶଂସିତ ହୋଇଛନ୍ତି ସେ। ତାଙ୍କର ଏହି ଛୋଟ ଫର୍ମରେ ପ୍ରତିଦିନ ୬ରୁ ୭ ଜଣ ଲୋକ କାମ କରନ୍ତି। ମାଛ ମାନଙ୍କ ଯତ୍ନ ନେବା ସହ ସମୁକାମାନଙ୍କ ଯତ୍ନ ନିଆଯାଏ।

mukta

ଶାମୁକା ଭିତରେ ମୁକ୍ତା ହୁଏ। ପ୍ରଥମେ ଜୀବନ୍ତ ଶାମୁକାମାନଙ୍କୁ ଅଣାଯାଏ ତାଙ୍କ ପେଟରେ ଚାହିଦା ମୁତାବକ କିଛି ଦେବଦେବୀଙ୍କ ଲକେଟ ସାଇଜ ମୂର୍ତି ରଖିଦିଆଯାଏ । ଆଉ ଏହାକୁ ୧୩ ମାସ ପର୍ଯ୍ୟନ୍ତ ପୋଖରୀରେ ଏହିଭଳି ଭାବରେ ଏକ ପ୍ଲାଷ୍ଟିକଜାଲି କୋଠରୀ ଭିତରେ ସୂତା ମାଧ୍ୟମରେ ଟେଙ୍ଗେଇ ଦିଆଯାଏ। ଶାମୁକାମାନଙ୍କୁ ଖାଇବା ପାଇଁ ପ୍ଲାଣ୍ଟମ ତିଆରି ପାଇଁ ବିଭିନ୍ନ ଅର୍ଗାନିକ ଔଷଧ ମଧ୍ୟ ବ୍ୟବହାର କରାଯାଏ। ଏହି ଭଳି ଭାବରେ ବିଭିନ୍ନ ବ୍ୟାଚରେ ଶାମୁକା ଚାଷ କରାଯାଇ ବର୍ଷରେ ବହୁ ବାର ମୁକ୍ତା ଅମଳ କରାଯାଇଥାଏ।

Leave A Reply

Your email address will not be published.