Below header

ବାହାଘରରେ ‘ଜୁମେ କି ରାତ୍‌’ ଗୀତରେ ପୁଣି ଜବରଦସ୍ତ ଡ୍ୟାନ୍ସ କଲେ ସଲମାନ, ଭିଡିଓ ଭାଇରଲ

ବଲିଉଡର ଭାଇଜାନ ସଲମାନ ଖାନା ଏବେ ନିଜର ଫିଲ୍ମ ‘ଟାଇଗର ୩’କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସଲମାନଙ୍କ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ ରିଲିଜ ହୋଇଥିଲା। ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ ମଧ୍ୟ କରିଛନ୍ତି। ଏହା ମଧ୍ୟରେ ସଲମାନଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ଭାଇଜାନ ପୁଣି ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କ ପୁଅ ପ୍ରଜୟଙ୍କ ହାଇ ପ୍ରୋଫାଇଲ ବିବାହରେ ସଲମାନ ଖାନ, ଅନିଲ କପୁର, ଶିଳ୍ପା ସେଟ୍ଟୀ, ମହେନ୍ଦ୍ର ସିଂ ଧୋନିଙ୍କ ସମେତ ଅନ୍ୟ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ। ଏହି ସମୟରେ ଭାଇଜାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଷ୍ଟେଜ୍ ଉପରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ଭିଡିଓରେ ସଲମାନ ଖାନ ତାଙ୍କ ଗୀତ ‘ଜୁମେ କି ରାତ’ ରେ ଡ୍ୟାନ୍ସ କରୁଥିବା ଦେଖାଯାଉଛି। ଏହି ସମୟରେ ଶିଳ୍ପା ସେଟ୍ଟୀ ଏବଂ ଅନୀଲ କପୁର ମଧ୍ୟ ତାଙ୍କ ସହ ତାଳ ମିଳାଇଛନ୍ତି। ଶିଳ୍ପା ରେଡ କଲରର ପ୍ଲାଓ୍ଵରୀ ଡ୍ରେସରେ ବହୁତ ସୁନ୍ଦର ଏବଂ ଗ୍ଲାମରର୍ସ ଲାଗୁଛନ୍ତି। ଭିଡିଓରେ, ସଲମାନ ସମସ୍ତଙ୍କୁ ଷ୍ଟେପ୍ ଶିଖାଉଥିବାର ନଜର ଆସିଛନ୍ତି ଏବଂ ବହୁତ ମଜା କରୁଛନ୍ତି। ବିବାହରେ ଉପସ୍ଥିତ ଅତିଥିମାନେ ତାଙ୍କୁ ନାଚୁଥିବାର ଦେଖି ଆନନ୍ଦରେ ସଲମାନ-ସଲମାନ ଚିଲାଇଛନ୍ତି। ଏଥି ସହିତ, ଗାୟକ ଗୁରୁ ରାନ୍ଧୱା ହାଏ ନି ତେରା ନଖରା ଗୀତ ଗାଇ ସମସ୍ତଙ୍କୁ ନଚେଇଛନ୍ତି।

ସଲମାନଙ୍କ ଫିଲ୍ମ ‘ଟାଇଗର ୩’ ଖୁବଶୀଘ୍ର ଆରମ୍ଭ ହେବ। ଫିଲ୍ମରେ ସଲମାନଙ୍କ ସହିତ କ୍ୟାଟ୍ରିନା ସ୍କ୍ରିନ ସେୟାର କରୁଥିବାର ନଜର ଆସିବେ। ରିପୋର୍ଟ ମୁତାବକ, ଫିଲ୍ମର ଆଗାମୀ ସିଡ୍ୟୁଲ ଦିଲ୍ଲୀରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.