କେନ୍ଦୁଝରରେ ଗୋଠଛଡା ଦନ୍ତାର ଉପଦ୍ରବ: ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ କରୁଛି ନଷ୍ଟ, ଭୟଭୀତ ଲୋକେ

କେନ୍ଦୁଝର(କେନ୍ଯୁଜ୍): ଥମୁନି ହାତୀପଲଙ୍କ ଉପଦ୍ରବ । କେନ୍ଦୁଝର ବନଖଣ୍ଡ ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ । ଗତକାଲି ବିଳମ୍ବିତ ରାତିରେ ଏକ ଗୋଠଛଡା ଦନ୍ତା ପାଟଣା ରେଞ୍ଜର ମଲାରପଦା ଗାଁ ଓ ଧାରୁଆପଡା ଗାଁରେ ପଶି ବ୍ଯାପକ ଧାନ ଫସଲ ନଷ୍ଟ କରିଛି। ଏହା ସହ ମଲାରପଦାରେ ୪ଟି ଘର ଓ ଧାରୁଆପଡାରେ ୫ଟି ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି ଗୋଠଛଡା ଦନ୍ତା। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ତେବେ ବନ ବିଭାଗ ପକ୍ଷରୁ ଗୋଠଛଡା ଦନ୍ତାକୁ ଅନ୍ଯ ହାତୀପଲଙ୍କ ସହ ମିଶାଇବା ପାଇଁ କସରତ ଆରମ୍ଭ ହୋଇଛି । ଏପରିକି ସ୍ଥାନୀୟ ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି। ଖୁବ ଶୀଘ୍ର ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବା ପାଇଁ ଗାଁ ଲୋକେ ଦାବି କରିଛନ୍ତି । ଅନ୍ଯ ପଟେ ୨୬ ଟିକିଆ ହାତୀପଲଙ୍କ ଉପଦ୍ରରେ ଅତିଷ୍ଠ ହେଲେଣି ସ୍ଥାନୀୟ ଲୋକେ। ସଞ୍ଜ ନଇଁଲେ ୨୬ ଟିକିଆ ହାତୀପଲ ଗାଁ ଭିତରକୁ ପ୍ରବେଶ କରି ଉପଦ୍ରବ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.