BWF World Championship: ଐତିହାସିକ ରୌପ୍ୟ ପଦକ ହାସଲ କଲେ ଭାରତର କିଦାମ୍ବି ଶ୍ରୀକାନ୍ତ

ନୂଆଦିଲ୍ଲୀ: ସ୍ପେନରେ ଖେଳାଯାଉଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର କିଦାମ୍ବି ଶ୍ରୀକାନ୍ତ । ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସିଙ୍ଗାପୁରର ଲୋହ କିନଙ୍କ ଠାରୁ ହାରି ରୌପ୍ୟ ପଦକ ପାଇଛନ୍ତି ଶ୍ରୀକାନ୍ତ । ଫାଇନାଲରେ ଲୋହ କିନଙ୍କ ଠାରୁ ୧୫-୨୧, ୨୦-୨୨ ରେ ହାରିଲେ । ଲୋହ କିନ୍ ସିଙ୍ଗାପୁରର ପ୍ରଥମ ସଟଲର ଭାବେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ତେବେ ଫାଇନାଲରେ ପରାସ୍ତ ହୋଇଥିଲେ ମଧ୍ୟ ଇତିହାସ ରଚିଛନ୍ତି ଶ୍ରୀକାନ୍ତ। ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ରୌପ୍ୟ ପଦକ ଜିତିଛନ୍ତି। ଉଭୟ ଗେଗ୍‌ରେ ମଧ୍ୟଭାଗରେ ଶ୍ରୀକାନ୍ତ ଆଗୁଆ ହୋଇଥିଲେ ମଧ୍ୟ ସୁଯୋଗ ଛାଡ଼ି ଦେଇଥିଲେ। ଉନ୍ନତ ଖେଳି ୨୪ ବର୍ଷୀୟ ଲୋ ନୂଆ ବିଶ୍ବ ବିଜେତା ‌ହୋଇଥିଲେ।

ଶନିବାର ସେମିଫାଇନାଲ ମ୍ୟାଚରେ ଲକ୍ଷ୍ୟ ସେନଙ୍କୁ ହରାଇ ଫାଇନାଲରେ ପହଞ୍ଚିଥିବା ପ୍ରଥମ ଭାରତୀୟ ସଟଲର ହୋଇଯାଇଛନ୍ତି ଶ୍ରୀକାନ୍ତ । ସେ ଲକ୍ଷ୍ୟ ସେନଙ୍କୁ ୧୭-୨୧, ୨୧-୧୪, ୨୧-୧୭ ରେ ପରାସ୍ତ କରିଥିଲେ । ଏହା ସହ ଲକ୍ଷ୍ୟଙ୍କୁ ବ୍ରୋଞ୍ଜ ମେଡାଲ ମିଳିଥିଲା । ଲକ୍ଷ୍ୟ କାଂସ୍ୟ ପଦକ ଜିତିବାରୁ ଭାରତ ମଧ୍ୟ ପ୍ରଥମ ଥର ଗୋଟିଏ ସଂସ୍କରଣରୁ ତୃତୀୟ ଥର ୨ ଲେଖାଏଁ ପଦକ ଜିତିଛି। ୨୦୧୭ ଏବଂ ୨୦୧୯ରେ ଭାରତୀୟ ଖେଳାଳି ଦୁଇଟି ଲେଖାଏଁ ପଦକ ଜିତିଥିଲେ। ବିଶ୍ବ ବ୍ୟାଡମିଣ୍ଟନ୍ ଇତିହାସରେ ପୂର୍ବରୁ ମାତ୍ର ଦୁଇ ଜଣ ପୁରୁଷ ଭାରତୀୟ ପ୍ରକାଶ ପାଦୁକୋନ୍ (୧୯୮୩, କାଂସ୍ୟ) ଏବଂ ବି ସାଇ ପ୍ରଣୀତ (କାଂସ୍ୟ, ୨୦୧୯) କାଂସ୍ୟ ପଦକ ଜିତିଥିଲେ।

ଇତିହାସରେ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ଟୁର୍ନାମେଣ୍ଟର ପୁରୁଷ ବର୍ଗରେ ଭାରତ ଦୁଇଟି ପଦକ ଜିତିଛି। ଏହି ଇଭେଣ୍ଟର ସେମିଫାଇନାଲରେ ଶ୍ରୀକାନ୍ତଙ୍କଠାରୁ ପରାସ୍ତ ହୋଇ ଲକ୍ଷ୍ୟ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଥିଲେ। ତେବେ ଏକମାତ୍ର ଭାରତୀୟ ଭାବେ ପି ଭି ସିନ୍ଧୁ ଏହି ଟୁର୍ନାମେଣ୍ଟ ଟାଇଟଲ ଜିତିଛନ୍ତି। ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ସିନ୍ଧୁଙ୍କ ନାମରେ ଗୋଟିଏ ସ୍ବର୍ଣ୍ଣ ସହିତ ଦୁଇଟି ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ରହିଛି। ତାଙ୍କ ଭଳି ସାନିଆ ନେହ୍ବାଲ ଥରେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.