କିସ୍‌ ଓ କିଟରେ ଉଦ୍‌ଘାଟିତ ହେଲା ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟସ୍ତରୀୟ ସନ୍ତରଣ ଚାମ୍ପିଅନ୍‌ସିପ୍‌ ୨୦୨୧-୨୨

ଭୁବନେଶ୍ବର(କେନ୍ୟୁଜ୍):କିସ୍‌ ଓ କିଟରେ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟସ୍ତରୀୟ ସନ୍ତରଣ ଚାମ୍ପିଅନ୍‌ସିପ୍‌ ୨୦୨୧-୨୨ ଉଦ୍‌ଘାଟିତ ହୋଇଯାଇଛି। ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ସର୍ବ ଭାରତୀୟସ୍ତରରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ୩୧୦ଟି ବିଶ୍ୱବିଦ୍ୟାଳୟରୁ ୧୫ଶହରୁ ଅଧିକ ପ୍ରତିଯୋଗୀ ଓ ଅଫିସିଆଲ୍‌ ଅଂଶଗ୍ରହଣ କରିଛନ୍ତି। ୨୬ ତାରିଖ ପର୍ଯନ୍ତ ଚାଲିବାକୁ ଥିବା ଏହି ଚାମ୍ପିଅନସିପର ସମସ୍ତ ପ୍ରତିଯୋଗିତା କିସ୍‌ ଅନ୍ତର୍ଜାତୀୟ ସୁଇମିଂ ପୁଲରେ ଆୟୋଜନର ବ୍ୟବସ୍ଥା କରାଯାଇଛି। କିସ୍‌ ସୁଇମିଂ ପୁଲ୍‌ ଅନ୍ତର୍ଜାତୀୟ ମାନର ହୋଇଥିବାରୁ ଏଠାରେ ଏକାଥରକେ ଏତେ ସଂଖ୍ୟକ ସନ୍ତରଣକାରୀଙ୍କୁ ନେଇ ପ୍ରତିଯୋଗିତା କରାଯାଇପାରୁଛି।

ସମସ୍ତ ପ୍ରତିଯୋଗୀ ଓ ଅଫିସିଆଲମାନେ ଡିସେମ୍ବର ୨୦ ତାରିଖଠାରୁ କିଟ୍‌ ଓ କିସରେ ପହଞ୍ଚି ସାରିଥିଲେ। ସେମାନଙ୍କ ରହିବା ଓ ଖାଇବା ତଥା ସନ୍ତରଣ ଅଭ୍ୟାସ ପାଇଁ କିଟ୍‌ ଓ କିସ୍‌ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ଲାଗି ସର୍ବଭାରତୀୟସ୍ତରରେ ଏତେ ବଡ଼ ଧରଣର ସନ୍ତରଣ ପ୍ରତିଯୋଗିତା କିଟ୍‌ ଓ କିସରେ ଅନୁଷ୍ଠିତ ହେଉଥିବାରୁ ପ୍ରତିଯୋଗୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବା ନେଇ କିଟ୍‌ କ୍ରୀଡ଼ା ବିଭାଗ ପକ୍ଷରୁ ଯତ୍ନ ନିଆଯାଉଛି।

ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସମସ୍ତ ପ୍ରତିଯୋଗୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ଆଜି ଉଦ୍‌ଘାଟନୀ ଉତ୍ସବରେ କିଟ୍‌ ବିଶ୍ୱବିଦ୍ୟଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, ସ୍କୁଲ୍‌ ଅଫ୍‌ ସୋସିଆଲ୍‌, ଫାଇନାନ୍‌ସିଆଲ ଆଣ୍ଡ ହ୍ୟୁମାନ ସାଇନ୍ସେସର ନିର୍ଦ୍ଦେଶକ ପ୍ରଫେସର ଜୟନ୍ତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।.

Leave A Reply

Your email address will not be published.