ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚର୍ଚ୍ଚରେ ପାଳନ ହେବନାହିଁ ବଡ଼ଦିନ: ଘରେ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଅନୁରୋଧ

ଭୁବନେଶ୍ବର(କେନ୍ୟୁଜ୍): ଆଉ ୨ଦିନ ପରେ କ୍ରିସମାସ । ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ମନରେ ଛନକା। ଏହାକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚର୍ଚ୍ଚରେ ପାଳନ ହେବନାହିଁ ବଡ଼ଦିନ । ଚର୍ଚ୍ଚରେ ବଡ଼ଧରଣର ସାଜସଜ୍ଜା ମଧ୍ୟ ହେବନାହିଁ। ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ନିରାଡ଼ମ୍ବର ଭାବେ ପାଳନ କରିବେ ସମସ୍ତେ।
ଲୋକମାନେ ନିଜ ଘରେ ଏହାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଅନୁରୋଧ କରିଛନ୍ତି କଟକ-ଭୁବନେଶ୍ବର ଆର୍ଚ ଡାଇସିସର ବିଶପ ଜନ୍ ବାରଓ୍ୱା। ୨୫ ତାରିଖ ଦିନ ଅଳ୍ପ ସଂଖ୍ୟାରେ ଲୋକ ଚର୍ଚ୍ଚ ଆସିପାରିବେ। ଚର୍ଚ୍ଚରେ ବିଏମସିର ସମସ୍ତ କୋଭିଡ କଟକଣା ପାଳନ କରାଯିବ ବୋଲି କୁହାଯାଇଛି।