Below header

ଜାନୁଆରୀ ୧୫ ସୁଦ୍ଧା ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିବାକୁ ସମସ୍ତ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଓମିକ୍ରନ ସଂକ୍ରମଣ ହାର ଅଧିକ ଥିବାରୁ ସମସ୍ତେ ଟିକା ନେବା ଜରୁରୀ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଜାନୁଆରୀ ୧୫ ସୁଦ୍ଧା ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିବାକୁ ସମସ୍ତ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଏହାସହ ଦୈନିକ ୭୦ ହଜାର ପରୀକ୍ଷଣ ପାଇଁ ଧାର୍ଯ୍ୟ ହୋଇଛି ଲକ୍ଷ୍ୟ। ସରକାରୀ ହସ୍ପିଟାଲରେ ଯଥେଷ୍ଟ ଔଷଧ, ଅକ୍ସିଜେନ ସିଲିଣ୍ଡର, ବେଡ୍‌, ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡିଲେ ଘରୋଇ ହସ୍ପିଟାଲର ସହଯୋଗ ନିଆଯିବ।

ହସ୍ପିଟାଲଗୁଡିକରେ ଥିବା ଅକ୍ସିଜେନ ପ୍ଲାଣ୍ଟଗୁଡିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୁଲାବିକାଳୀ, ଡେଲିଭେରି ମ୍ୟାନ, ଦୋକାନୀ, ହଷ୍ଟେଲ ଛାତ୍ରଛାତ୍ରୀ, ବିବାହ ଓ ଅନ୍ତେଷ୍ଟିକ୍ରିୟା ଆଦି କର୍ମରେ ଯୋଗ ଦେଉଥିବା ଲୋକଙ୍କ ନମୂନା ପରୀକ୍ଷଣ ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭିଡ଼ି ସ୍ଥାନରେ ପ୍ରତିକାତ୍ମକ ନମୂନା ପରୀକ୍ଷଣ ପାଇଁ କୁହାଯାଇଛି।

ରାଜ୍ୟରେ ୯୯.୮ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡିର କର୍ମଚାରୀ ଟିକା ନେଇ ସାରିଛନ୍ତି। ୧୮ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୮୮.୨ ପ୍ରତିଶତ ପ୍ରଥମ ଡୋଜ୍‌ ଓ ସେମାନଙ୍କ ମଧ୍ୟରୁ ୮୬ ପ୍ରତିଶତ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ବାକି ରହିଥିବା ବ୍ୟକ୍ତିଙ୍କ ଘରକୁ ଘର ଚିହ୍ନଟ ସର୍ଭେ ଏବଂ ଗ୍ରାମକୁ ଗ୍ରାମ ଟିକାକରଣ ଅଭିଯାନକୁ ତ୍ୱରାନ୍ଵିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.