ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ହାତରେ ହତ୍ୟା ପ୍ରମାଣ, ଆଜି ହୋଇପାରେ ରହସ୍ୟ ଉନ୍ମୋଚନ

ପୁରୀ(କେନ୍ଯୁଜ୍): ବହୁ ଚର୍ଚ୍ଚିତ ପୁରୀ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲାରୁ ଖୁବଶୀଘ୍ର ହଟିବ ପରଦା । କ୍ରାଇମବ୍ରାଞ୍ଚ ଏହି ଘଟଣାର ସିସିଟିଭି ଫୁଟେଜ୍‌, ଭିସେରା ଟେଷ୍ଟ, ପୋଷ୍ଟ ମର୍ଟମ ରିପୋର୍ଟ, କଲ ରେକର୍ଡ, ଲାଏ ଡିଟେକ୍ସନ ରିପୋର୍ଟ ହସ୍ତଗତ କରି ସାରିଛନ୍ତି । ଘଟଣାକୁ ୧୨ ଦିନ ପରେ ବି ମୁଖ୍ୟ ଅଭିଯୁକ୍ତ ଜଗା ଏବେ ପୋଲିସ ହେପାଜତରେ ଅଛି ।

୧୨ ଦିନର ଖୋଳତାଡ ପରେ କ୍ରାଇମବ୍ରାଞ୍ଚ ହାତରେ ହତ୍ୟାର ପ୍ରମାଣ ଲାଗିଥିବା ତେବେ ହତ୍ୟାକାଣ୍ଡରେ ଜଗାକୁ କେଉଁମାନେ ସାହାଯ୍ୟ କରିଥିଲେ, କେଉଁଠି ଓ କିଭଳି ଷଡଯନ୍ତ୍ର କରାଯାଇଥିଲା, ଆଜି ସୁଦ୍ଧା ଏହାର ପ୍ରମାଣ ଯୋଗାଡ କରିବାରେ କ୍ରାଇମବ୍ରାଞ୍ଚ ସମର୍ଥ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଦିନେ କି ଦୁଇଦିନ ଭିତରେ ଏକ ସାମ୍ବାଦିକ ସମ୍ମିଳନୀ କରି କ୍ରାଇମବ୍ରାଞ୍ଚ ଏନେଇ ସୂଚନା ଦେବ ବୋଲି ଜଣାପଡିଛି । ଚିତ୍ତରଂଜନ ପଲେଇଙ୍କ ମୃତଦେହ ଗତ ୧୩ ତାରିଖରେ ପୁରୀ ସାନନଈ ନିକଟରୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.