ନୂଆବର୍ଷରେ ଘରେ ବନାନ୍ତୁ ଅତି ସୁଆଦିଆ ପନୀର କୋରମା, ଆଙ୍ଗୁଳି ଚାଟି ଖାଇବେ

ଆବଶ୍ୟକ ସାମଗ୍ରୀ

  • ପନୀର –୨୫୦ ଗ୍ରାମ (ଛୋଟ କଟା ହୋଇଥିବା)
  • ଟମାଟୋ –୨ଟି (କଟା ହୋଇଥିବା)
  • ପିଆଜ – ଗୋଟିଏ
  • କାଜୁ –୪ ରୁ୫ଟି
  • ସୁଖିଲା ଲଙ୍କା – ୨ଟି
  • ଡାଲଚିନି – ୧ଟି
  • ତେଜ ପତ୍ର – ୧
  • ଲବଙ୍ଗ – ୨ଟି
  • ଲାଲ ଲଙ୍କା ପାଉଡର – ୧ ଛୋଟ ଚାମଚ୍‌
  • ଧନିଆ ପାଉଡର – ୧/୨ ଛୋଟ ଚାମଚ
  • ଗୋଲମରୀଚ – ୧/୨ ଛୋଟ ଚାମଚ
  • ଲୁଣ – ସ୍ୱାଦାନୁସାରେ
  • ଦହି – ୧/୪ କପ୍‌

ପ୍ରସ୍ତୁତି ପ୍ରଣାଳୀ

  1. ପ୍ୟାନରେ ଟମାଟୋ, ପିଆଜ, ସୁଖିଲା ଲଙ୍କା, ଅଦା, ରସୁଣ, ଲବଙ୍ଗ, ଡାଲଚିନି, ତେଜପତ୍ର ପକାଇ ଫ୍ରାଏ କରନ୍ତୁ।
  2. ଭାଜିବା ପରେ ମସଲାକୁ ପକାଇ ଗ୍ରେଭୀ ବନାଇ ଦିଅନ୍ତୁ।
  3. ଅଲଗା ଏକ ପ୍ୟାନରେ ତେଲ ଗରମ କରି ପନୀରକୁ ଫ୍ରାଏ କରନ୍ତୁ।
  4. ଏବେ ଗ୍ରେଭୀରେ ଲାଲ ଲଙ୍କା ପାଉଡର, ଗୋଲ ମରୀଚ, ଧନିଆ ପାଉଡର, ଗରମ ମସଲା ଏବଂ ଲୁଣ ମିଶାଇ ମିକ୍ସ କରନ୍ତୁ।
  5. ଏଥିରେ ଅଳ୍ପ ଦହି ପକାଇ କିଛି ସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
  6. ଏବେ ଏଥିରେ ପନୀର ପକାଇ ମଧ୍ୟମ ଆଞ୍ଚରେ ୫ ମିନିଟ ଫ୍ରାଏ କରିବା ପରେ ଧୀମା ଆଞ୍ଚରେ ୫ ମିନିଟ୍‌ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ।
  7. ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ପନୀର କୋରମା।
  8. ଏହାକୁ ସର୍ଭିଙ୍ଗ ଡିସରେ ବାହାର କରି ପିଆଜରେ ଗାର୍ନିସ କରି ରୋଟି କିମ୍ବା ପରଟା ସହ ଖାଆନ୍ତୁ।
Leave A Reply

Your email address will not be published.