ନୂଆବର୍ଷରେ ଘରେ ବନାନ୍ତୁ ଅତି ସୁଆଦିଆ ପନୀର କୋରମା, ଆଙ୍ଗୁଳି ଚାଟି ଖାଇବେ

ଆବଶ୍ୟକ ସାମଗ୍ରୀ
- ପନୀର –୨୫୦ ଗ୍ରାମ (ଛୋଟ କଟା ହୋଇଥିବା)
- ଟମାଟୋ –୨ଟି (କଟା ହୋଇଥିବା)
- ପିଆଜ – ଗୋଟିଏ
- କାଜୁ –୪ ରୁ୫ଟି
- ସୁଖିଲା ଲଙ୍କା – ୨ଟି
- ଡାଲଚିନି – ୧ଟି
- ତେଜ ପତ୍ର – ୧
- ଲବଙ୍ଗ – ୨ଟି
- ଲାଲ ଲଙ୍କା ପାଉଡର – ୧ ଛୋଟ ଚାମଚ୍
- ଧନିଆ ପାଉଡର – ୧/୨ ଛୋଟ ଚାମଚ
- ଗୋଲମରୀଚ – ୧/୨ ଛୋଟ ଚାମଚ
- ଲୁଣ – ସ୍ୱାଦାନୁସାରେ
- ଦହି – ୧/୪ କପ୍
ପ୍ରସ୍ତୁତି ପ୍ରଣାଳୀ
- ପ୍ୟାନରେ ଟମାଟୋ, ପିଆଜ, ସୁଖିଲା ଲଙ୍କା, ଅଦା, ରସୁଣ, ଲବଙ୍ଗ, ଡାଲଚିନି, ତେଜପତ୍ର ପକାଇ ଫ୍ରାଏ କରନ୍ତୁ।
- ଭାଜିବା ପରେ ମସଲାକୁ ପକାଇ ଗ୍ରେଭୀ ବନାଇ ଦିଅନ୍ତୁ।
- ଅଲଗା ଏକ ପ୍ୟାନରେ ତେଲ ଗରମ କରି ପନୀରକୁ ଫ୍ରାଏ କରନ୍ତୁ।
- ଏବେ ଗ୍ରେଭୀରେ ଲାଲ ଲଙ୍କା ପାଉଡର, ଗୋଲ ମରୀଚ, ଧନିଆ ପାଉଡର, ଗରମ ମସଲା ଏବଂ ଲୁଣ ମିଶାଇ ମିକ୍ସ କରନ୍ତୁ।
- ଏଥିରେ ଅଳ୍ପ ଦହି ପକାଇ କିଛି ସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
- ଏବେ ଏଥିରେ ପନୀର ପକାଇ ମଧ୍ୟମ ଆଞ୍ଚରେ ୫ ମିନିଟ ଫ୍ରାଏ କରିବା ପରେ ଧୀମା ଆଞ୍ଚରେ ୫ ମିନିଟ୍ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ।
- ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ପନୀର କୋରମା।
- ଏହାକୁ ସର୍ଭିଙ୍ଗ ଡିସରେ ବାହାର କରି ପିଆଜରେ ଗାର୍ନିସ କରି ରୋଟି କିମ୍ବା ପରଟା ସହ ଖାଆନ୍ତୁ।