ନୂଆବର୍ଷରେ ହରିଆଣାରେ ଅଘଟଣ, ଖଣିରେ ପାହାଡ଼ ଧସି ୪ଜଣଙ୍କ ମୃତ୍ୟୁ

ହରିଆଣା : ନୂଆବର୍ଷରେ ହରିଆଣାରେ ଘଟିଛି ଅଘଟଣ। ଖଣିରେ ପାହାଡ଼ ଧସି ୪ଜଣଙ୍କ ମୃତ୍ୟୁ ଘଟିଛି। ହରିଆନାର ଭିୱାନୀ ଜିଲ୍ଲାର ଦଦମ୍ ମାଇନିଂ ଜୋନରେ ପାହାଡ଼ର ଏକ ବିଶାଳ ଅଂଶ ଧସିଥିଲା। ଏହା ତଳେ ୧୫ରୁ ୨୦ଜଣ ଶ୍ରମିକ ଚାପି ହୋଇରହିଥିବା ଜଣାପଡ଼ିଛି । ଖଣିରେ ନିୟୋଜିତ ୧୦ ଗାଡ଼ି ମଧ୍ୟ ଦବି ରହିଛି। ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ କରି ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ମନ୍ତ୍ରୀ ଜେପି ଦଲାଲ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ୪ଜଣଙ୍କ ମୃତ ଦେହ ଓ ୩ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ନିରାପଦ ଭାବେ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି।
Saddened by the unfortunate landslide accident in Dadam mining zone at Bhiwani. I am in constant touch with the local administration to ensure swift rescue operations and immediate assistance to the injured.
— Manohar Lal (@mlkhattar) January 1, 2022