Below header

ରାଜ୍ୟରେ କମୁଛି ଶୀତର ପ୍ରକୋପ, ୧୦ରୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା !

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମୁଛି ଶୀତର ପ୍ରକୋପ। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଦୃଷ୍ଟାନ୍ତମୂଳକ ଭାବେ ଅଧିକ ରହିଛି। ସମତଳ ଅଞ୍ଚଳରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟମ ରେକର୍ଡ ହୋଇଛି। ରାତିର ତାପମାତ୍ରାରେ ଗତ ୨୪ ଘଣ୍ଟାରେ ବିଶେଷ ପରିବର୍ତ୍ତନ ଘଟିନାହିଁ। କିନ୍ତୁ ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା ଓ ସ୍ୱାଭାବିକ ତାପମାତ୍ରା ମଧ୍ୟରେ ବ୍ୟବଧାନ ୦.୪ରୁ ୦୭ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ଅଞ୍ଚଳରେ ୨ରି ୩ ଡିଗ୍ରୀ ଅଧିକ ରହିଛି।

କିନ୍ତୁ ଗତକାଲି ସୃଷ୍ଟ ହୋଇଥିବା ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍‌ସ ପ୍ରଭାବରେ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଉଷ୍ଣ ଜଳୀୟବାଷ୍ପ ପ୍ରବେଶ କରୁଛି। ଏହାର ପ୍ରଭାବରେ ଆଗାମୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୦ ତାରିଖରେ ପରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୯ତାରିଖରେ କିଛି ଜିଲ୍ଲାରେ ସାମାନ୍ୟ ବର୍ଷାର ସମ୍ଭାବନା ଥିବା ବେଳେ ୧୦ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୧ତାରିଖରେ ବଢିବ ବର୍ଷାର ପରିମାଣ। ଅବଶିଷ୍ଟ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.