ଭାରସାମ୍ୟ ହରାଇ ପୋଖରୀ ଭିତରେ ଖସିପଡିଲା କାର୍‌: ୨ମୃତ, ଦୁଇ ଆହତ

ଯାଜପୁର ରୋଡ୍(କେନ୍ଯୁଜ୍): ଭାରସାମ୍ୟ ହରାଇ ଓଲଟିଲା କାର୍‌ । ଗଲା ଦୁଇ ଜଣଙ୍କ ଜୀବନ । ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଯାଜପୁର ପାଣିକୋଇଲି ଥାନା ଧନପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏକ କାରରେ ୪ ଜଣ ଯୁବକ ଯାଜପୁର ରୋଡକୁ ଫେରୁଥିଲେ । ଏକ ଟ୍ରଲର କାର୍‌କୁ ସାଇଡ୍‌ ମାରିବାରୁ ଗାଡିଟି ଭାରସାମ୍ୟ ହରାଇ ଏକ ପୋଖରୀ ଭିତରେ ଖସିପଡିଥିଲା ।

କାର୍‌ ଭିତରେ ଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକ । ମୃତ ଯୁବ ହେଲେ ଚନ୍ଦନ ମହାଳିକ ଓ ଦେବାଶିଷ ନାୟକ । ପାଣିକୋଇଲି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.