ବିଂଝାରପୁର ଥାନା ଅଞ୍ଚଳରେ ବଧୂ ହତ୍ୟା ଘଟଣା: ଥାନା ଘେରାଉ କଲେ ଝିଅର ବାପ ଘର ଲୋକେ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳରେ ବଧୂ ହତ୍ୟା ଘଟଣାରେ ପୋଲିସର ନିଷ୍କ୍ରିୟତା ଅଭିଯୋଗରେ ଥାନା ଘେରାଉ । ଏହି ଘଟଣାରେ କେବଳ ସ୍ୱାମୀ ବିଜୟଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ଏହାର ପ୍ରତିବାଦ କରି ଆଜି ବାପ ଘର ଲୋକେ ଥାନା ଘେରାଉ କରିଛନ୍ତି।

binjharpur

ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି ହୋଇଛି। ଅଭିଯୋଗ ଅନୁଯାୟୀ ମହିଳାଙ୍କୁ ବିଭିନ୍ନ ସମୟରେ ଶାଶୂ ଘର ଲୋକେ ନାନା ନିର୍ଯାତନା ଦେଉଥିଲେ। ଏପରିକି ଏକ କାର୍‌ ଆଣିବା ପାଇଁ କହୁଥିଲେ । ଏହାକୁ ନେଇ ଝିଅକୁ ହତ୍ୟା କରିଥିବା ବାପ ଘର ଲୋକଅଭିଯୋଗ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.