ମା’ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା ଚୋପ୍ରା, ଫ୍ୟାମିଲି ପ୍ଲାନିଂକୁ ନେଇ ସେୟାର କଲେ ମନ କଥା
ବଲିଉଡ୍ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଆକ୍ଟିଂ ତଥା ଫ୍ୟାମିଲି ଲାଇଫ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ବିବାହ ପରେ ବି ଏହି ସେଲିବ୍ରିଟି ଲାଇମ୍ ଲାଇଟ୍ରେ ଅଛନ୍ତି। ନିଜ ଠାରୁ କମ୍ ବୟସର ନିକ୍ ଜୋନସ୍କୁ ବିବାହ କରିବା ପରେ ଏବେ ଫ୍ୟାମିଲି ପ୍ଲାନିଂ ନେଇ ମୁହଁ ଖୋଲିଛନ୍ତି ପ୍ରିୟଙ୍କା। ଏକ ଇଣ୍ଟରଭ୍ୟୁରେ ପ୍ରିୟଙ୍କା କହିଛନ୍ତି ଯେ ସେ ମା’ ହେବାକୁ ଚାହୁଁଛନ୍ତି।
ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ପ୍ରିୟଙ୍କା କହିଛନ୍ତି- ସନ୍ତାନ ତାଙ୍କ ଜୀବନର ଏକ ବଡ଼ ଅଂଶ। କିନ୍ତୁ ଏ ବିଷୟରେ ସେ ତର ତର ହୋଇ କୌଣସି ନିଷ୍ପତ୍ତି ନେବାକୁ ଚାହୁଁ ନାହାନ୍ତି। ଯେତେବେଳେ ଭଗବାନଙ୍କ କୃପା ହେବ ସେତେବେଳେ ସେ ମା’ ହେବେ। ଏଥିସହ ପ୍ରିୟଙ୍କା କହିଛନ୍ତି, ତାଙ୍କ ମା’ଙ୍କର ଆଶା ବି ନ ଥିଲା ଯେ ସେ ବାହା ହେବେ। କିନ୍ତୁ ଜଣେ ଭାରତୀୟ ମହିଳା ରୂପେ ଏବେ ଝିଅର ଘର ବସିଥିବାରୁ ସେ ବହୁତ ଖୁସି ବୋଲି ପ୍ରିୟଙ୍କା କହିଛନ୍ତି।
View this post on Instagram
ଇଣ୍ଟରଭ୍ୟୁରେ ତାଙ୍କୁ ପଚରାଯାଇଥିଲା ଯେ ମା’ ହେବା ପରେ ତାଙ୍କ କ୍ୟାରିୟର କାଳେ ଧିମା ହୋଇଯିବ। ଏହାର ଜବାବରେ ଅଭିନେତ୍ରୀ କହିଥିଲେ, ଏ ନେଇ କିଛି ଅସୁବିଧା ହେବ ନାହିଁ। ପ୍ରିୟଙ୍କା ଓ ସ୍ୱାମୀ ନିକ୍ ଏ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ଚୋପ୍ରା।
View this post on Instagram
ସୂଚନାଯୋଗ୍ୟ ଯେ ପ୍ରିୟଙ୍କା ଓ ନିକ୍ଙ୍କ ବେବି ପ୍ଲାନିଂକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି। କିନ୍ତୁ ସବୁ କଥା ମିଛ ବୋଲି ଜଣାପଡ଼ୁଛି। ଗତ ବର୍ଷ ମଧ୍ୟ ପ୍ରିୟଙ୍କା ମା’ ହେଉଥିବା ନେଇ ଖବର ସାମ୍ନାକୁ ଆସିଥିଲା। କିନ୍ତୁ ସେତେବେଳେ ନିକ୍ କହିଥିଲେ ଯେ ସେ ପତ୍ନୀଙ୍କ ଠାରୁ ବହୁତ ପିଲା ଚାହାଁନ୍ତି।