ରକ୍ତ ଚରିତ୍ର ଗ୍ୟାଙ୍ଗ୍‌ର ମୁଖ୍ୟ ଅଭିଯୁକ୍ତ ବୁବୁ ଜେନା ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ରକ୍ତ ଚରିତ୍ର ଗ୍ୟାଙ୍ଗ୍‌ର ମୁଖ୍ୟ ଅଭିଯୁକ୍ତ ବୁବୁ ଜେନା ଗିରଫ। ନୟାପଲ୍ଲୀ ଥାନା ପୋଲିସ ବୁବୁ ଜେନାଙ୍କୁ ଗିରଫ କରିଛି। ମୋଷ୍ଟ ୱାଣ୍ଟେଡ୍‌ ଥିଲା ବୁବୁ। ରକ୍ତ ଚରିତ୍ର ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ଥିଲା ବୁବୁ ଜେନା। ଗତକାଲି ରାତିରେ ବୁବୁ ଜେନାଙ୍କୁ ଡେଲ୍‌ଟା ଅଞ୍ଚଳରୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ତା ନିକଟରୁ ଖଣ୍ଡା ଜବତ ହୋଇଛି।

ପୂର୍ବରୁ ଏହି ଗ୍ୟାଙ୍ଗ୍‌ର ୭ଜଣ ଗିରଫ ହୋଇଥିଲେ। ପୂର୍ବରୁ ଘାଟିକିଆ ଅଞ୍ଚଳରୁ ବୁବୁ ଜେନାର ଖୋଲା ଜିପ୍‌କୁ ମଧ୍ୟ ଜବତ କରିଥିଲା ନୟାପଲ୍ଲୀ ଥାନା ପୋଲିସ। ବୁବୁ ଜେନାକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ କରିଥିଲା ପୋଲିସ। ଗଣ୍ଡମୁଣ୍ଡା ତାଳବଣିଆ ସ୍ଥିତ ଘରେ ସ୍ୱତନ୍ତ୍ର ଟିମ୍‌ ଚଢାଉ କରିଥିଲା।

ରାତିରେ ରାଜଧାନୀରେ ବୁଲୁଥିଲେ ରକ୍ତ ଚରିତ୍ର ଗ୍ୟାଙ୍ଗ୍‌ ସଦସ୍ୟ । ଖଣ୍ଡା, ବନ୍ଧୁକ ଓ ମାରଣାସ୍ତ୍ର ଧରି କରୁଥିଲେ ଭିଡ଼ିଓ ସୁଟ । ଭାଇଗିରି ପାଇଁ ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରୁଥିଲେ । ଏମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା କମିଶନରେଟ୍‌ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.