IAS ହେବା ପାଇଁ ଏହିଭଳି କରନ୍ତୁ ପ୍ରସ୍ତୁତି, ନିଶ୍ଚୟ ମିଳିବ ସଫଳତା; ହୋଇଯିବେ ଅଫିସର…

ଦେଶର ପ୍ରତି ଦୁଇ ଜଣରେ ଜଣେ ଯୁବକ ଅବା ଯୁବତୀ ଆଇଏଏସ୍‌ (IAS ) ହେବାକୁ ଇଚ୍ଛା କରନ୍ତି, କିନ୍ତୁ ତାହା ହୋଇପାରେ ନାହିଁ। ବାସ୍ତବରେ, UPSC ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ। ଯଦି ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କଲା ବେଳେ ଟିକିଏ ବି ଯୋଜନା ଏପଟ ସେପଟ ହୁଏ, ତ ପରୀକ୍ଷାର୍ଥୀଙ୍କ ସ୍ୱପ୍ନ ସାକାର ହୋଇପାରେ ନାହିଁ। ଆଉ ଯଦି ପୂରା ପ୍ଲାନିଂ ସହିତ ପ୍ରସ୍ତୁତି କରାଯାଏ, ତ ସଫଳତା ନିଶ୍ଚୟ ଆପଣଙ୍କ ହାତମୁଠାରେ ଲାଗିବ। ପ୍ରାୟତଃ ଅନେକ ପରୀକ୍ଷାର୍ଥୀ ପ୍ରଥମ ପ୍ରୟାସରେ ବିଫଳ ହେବା ପରେ ହାର ମାନି ଯାଆନ୍ତି, କିନ୍ତୁ ସେମାନେ ଏମିତି କରିବା ଉଚିତ୍ ନୁହେଁ। ପରୀକ୍ଷାର୍ଥୀମାନଙ୍କୁ ପୁଣି ଥରେ ନିଜର ପ୍ଲାନିଂକୁ ଦେଖିବା ଉଚିତ୍ ଏବଂ ପୂର୍ବଥର କେଉଁଠି ହାରିଥିଲେ, ତାହାକୁ ସଂଶୋଧନ କରି ଦ୍ୱିତୀୟ ଥର ପ୍ରୟାସ କରିବା ଉଚିତ। UPSC ପରୀକ୍ଷାରେ ସାମିଲ ହେବା ପାଇଁ ପରୀକ୍ଷାର୍ଥୀଙ୍କ ବୟସ ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଦରକାର। ଏଠି ପଛୁଆ ବର୍ଗର ପରୀକ୍ଷାର୍ଥୀମାନଙ୍କୁ ଛାଡ ଦିଆଯାଇଥାଏ। ସେମାନେ ୨୧ରୁ ୨୫ ବର୍ଷ ପର୍ଯ୍ୟନ୍ତ ଏହି ପରୀକ୍ଷାରେ ସାମିଲ ହୋଇ ପାରିବେ।

ଏହି ଉପାୟରେ କରନ୍ତୁ ଆରମ୍ଭ

-ପ୍ରଥମେ ପରୀକ୍ଷା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଆପଣଙ୍କ ପାଖରେ ରହିଥିବା ଦରକାର। ପରୀକ୍ଷାର ସିଲାବସ୍ ବୁଝନ୍ତୁ ଏବଂ ଏହା ଅନୁସାରେ ରଣନୀତି ପ୍ରସ୍ତୁତ କରନ୍ତୁ। ଅଧ୍ୟୟନ ସାମଗ୍ରୀ ସଂଗ୍ରହ କରି ମନ ଲଗାଇ ପାଠ ପଢ଼ନ୍ତୁ। ପାଠପଢ଼ା ସହିତ ଲେଖାଲେଖି କରିବା ମଧ୍ୟ ଆବଶ୍ୟକ। ଅଧିକରୁ ଅଧିକ ମୋକ୍‌ ଟେଷ୍ଟ ଦିଅନ୍ତୁ। ଖବରକାଗଜ ଏବଂ ମାଗାଜିନ୍‌ ନିଶ୍ଚୟ ପଢ଼ନ୍ତୁ।

-ପ୍ରସ୍ତୁତି ଆରମ୍ଭରୁ ହିଁ ସିଲାବସ୍ ଉପରେ ନଜର ରଖନ୍ତୁ। ବହି ସହିତ ସିଲାବସକୁ ସଂପୂର୍ଣ୍ଣ କରି ଚାଲନ୍ତୁ। ଦିନରେ ସମସ୍ତ ବିଷୟ ପାଇଁ ସମୟ ନିର୍ଦ୍ଧାରିତ କରନ୍ତୁ। ସେହି ହିସାବରେ, ବିଷୟଗୁଡିକୁ କଭର୍ କରନ୍ତୁ। ପ୍ରତିଦିନ ଏକ ଘଣ୍ଟା ଖବରକାଗଜ ନିଶ୍ଚୟ ପଢ଼ନ୍ତୁ। ସିଭିଲ୍‌ ସର୍ଭିସ୍‌ ପାଇଁ କରେଣ୍ଟ ଅଫେୟର୍ସ ବିଷୟରେ ଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚେଷ୍ଟା କରନ୍ତୁ, ଯେପରି ଗୋଟିଏ ଦିନର ପାଠପଢ଼ା ବି ନଷ୍ଟ ନ ହୁଏ।

-ପରୀକ୍ଷା ପାଇଁ ପାଠପଢ଼ା ସହିତ ରିଭିଜନ ବହୁତ ଜରୁରୀ। ଯେଉଁ ବିଷୟଗୁଡ଼ିକୁ ପୂରା କରିଛନ୍ତି, ତା’ ପରଦିନ ଏହାର ରିଭିଜନ ନିଶ୍ଚୟ କରନ୍ତୁ। ଏଥି ସହିତ ନୋଟ୍ସ ତିଆରି କରି ଚାଲନ୍ତୁ।

-ସିଲାବସର ଚେକ୍‌ଲିଷ୍ଟ ବା ଏକ ଯାଞ୍ଚ ତାଲିକା ପ୍ରସ୍ତୁତ କରନ୍ତୁ। ଯେଉଁ ଟପିକ୍‌ ବା ବିଷୟ ଆପଣ ପୂରା କରୁଛନ୍ତି, ତାହାକୁ ତାଲିକା ଉପରେ ମାର୍କ କରନ୍ତୁ। ସିଲାବସ୍‌କୁ ଆପଣ ନିଜ ଚେକ୍‌ଲିଷ୍ଟ ଅନୁସାରେ ସମ୍ପୂର୍ଣ୍ଣ କରନ୍ତୁ। ମନେ ରଖନ୍ତୁ, ଯେପରି କୌଣସି ବି ବିଷୟ ଆପଣ ଛାଡ଼ି ଯିବେ ନାହିଁ।

-ଗତ ବର୍ଷ ପେପରକୁ ଦେଖିବା ଦ୍ୱାରା ଆପଣ ବୁଝି ପାରିବ ଯେ କେଉଁ ବିଷୟରେ ଅଧିକ ସମୟ ଦେବାକୁ ହେବ ଏବଂ କେଉଁଠାରୁ କମ୍। ପେପର ପ୍ୟାଟର୍ନକୁ ବୁଝିବା ପାଇଁ ପୂର୍ବ ୧୦ ବର୍ଷର ପେପରକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ, ଯଦ୍ଦ୍ଵାରା ଆପଣଙ୍କ ଟାଇମ୍‌ ମ୍ୟାନେଜମେଣ୍ଟ ଭଲ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.