ଦାଦାବଟି ଆଦାୟ ଅଭିଯୋଗରେ ୨ ଗିରଫ, ଯିଏ ନଦେଉଥିଲା ଖଣ୍ଡା ଦେଖାଇ କରୁଥିଲେ ଭୟଭୀତ

ପୁରୀ(କେନ୍ଯୁଜ୍): ଦାଦାବଟି ଆଦାୟ ଅଭିଯୋଗରେ ପୁରୀ ବାସେଳୀ ସାହି ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ଗିରଫ ଅଭିଯୁକ୍ତ ଗୋଖାସାହିର ଜଟିଆ ବେହେରା ଓ ଖିରୁ ବେହେରା।

ଉଭୟ ଗୋଖାସାହି ଛକରେ ଶ୍ରୀସେତୁ ପାଇଁ କଞ୍ଚାମାଲ ନେଇ ଆସୁଥିବା ଟ୍ରକକୁ ଅଟକାଇ ଦାଦାବଟି ଆଦାୟ କରୁଥିଲେ। ଯେଉଁମାନେ ବଟି ଦେବାକୁ ମନା କରୁଥିଲେ ସେମାନଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରାଉଥିଲେ।

Leave A Reply

Your email address will not be published.