ଦିନେ ଦୁଇଦିନ ମଧ୍ୟରେ ଆସିବ ଫେବ୍ରୁଆରୀ ଗାଇଡଲାଇନ୍, ହୋଇପାରେ କଟକଣା କୋହଳ

ଭୁବନେଶ୍ବର(କେନ୍ଯୁଜ୍): ଆସିବ ଫେବ୍ରୁଆରୀ ଗାଇଡଲାଇନ । ଦିନେ ଦୁଇଦିନ ମଧ୍ୟରେ ଆସିବ ଫେବ୍ରୁଆରୀ ଗାଇଡଲାଇନ । କ’ଣ ରହିବ ଫେବ୍ରୁଆରୀ ଗାଇଡଲାଇନ ତାରି ଉପରେ ନଜର । ଏବେ ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି । ଅଧିକାଂଶରେ କଟକଣା କୋହଳ ହୋଇପାରେ । ସ୍କୁଲ ଓ କଲେଜ ଖୋଲିବା ଉପରେ ସରକାର କି ନିଷ୍ପତ୍ତି ନେବେ ? ଏବେ ରାତି ୯ଟାରୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଅତି କମରେ ରାତି ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିପାରେ ।

ନାଇଟ କର୍ଫ୍ୟୁକୁ କୋହଳ କରିପାରନ୍ତି ସରକାର । ବିବାହରେ ୧୦୦ ଓ ଶେଷକୃତ୍ୟରେ ୫୦ ଜଣଙ୍କୁ ଅନୁମତି ଥିଲା । ଏବେ ବିବାହ ପାଇଁ କଟକଣା ଲଗାଇବେ କି କୋହଳ କରିବେ ତାରି ଉପରେ ନଜର ରହିଛି । ସାମୁହିକ ଭୋଜିକୁ ମଧ୍ୟ ବାରଣ କରାଯାଇଥିଲା । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିଛି ସିନେମା ହଲ୍‌। ଏଥିରେ ମଧ୍ୟ କଟକଣା କୋହଳ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.