ଗାଁ ଜନଶୂନ୍ୟ ! କେହି ବି ନାହାନ୍ତି ଭୋଟର, ତଥାପି ହୋଇଛି ମତଦାନ କେନ୍ଦ୍ର

ବାରିପଦା(କେନ୍ଯୁଜ୍):ଭୋଟର ନଥାଇ ଭୋଟ କେନ୍ଦ୍ର। ଗାଁ ରେ କେହି ଭୋଟର ନଥିଲେ ବି ମତଦାନ ଭୋଟ କେନ୍ଦ୍ର କରିଛି ଜିଲ୍ଲା ପ୍ରଶାସନ। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଏକତାଲି ପଞ୍ଚାୟତ କିଆଝରି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗାଁର ୧୨ ନମ୍ବର ବୁଥରେ ମତଦାନ ପାଇଁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗାଁ ଟି ଶିମିଳିପାଳ ଅଭୟାରଣ୍ୟ କୋର ଏରିଆରେ ଅବସ୍ଥିତ।

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ଥିବାରୁ ୮ ବର୍ଷ ପୂର୍ବରୁ ୩୦ ଜଣ ପରିବାରକୁ କରଞ୍ଜିଆ ବ୍ଲକ ବାଟପଲସା ପଞ୍ଚାୟତର ଶିଆଳିନଇ ଅଣାଯାଇ ଥଇଥାନ କରିଛି ବନଭିଭାଗ। ଏବେ ଗାଁ ଜନଶୂନ୍ୟ। ତଥାପି ଆଶ୍ଚର୍ଯ୍ୟଜନକ ଭାବେ ଗାଁ କେହି ଜଣେ ନ ଥିଲେ ମଧ୍ୟ ୨୦୧୭ମସିହାରୁ ବି ମତଦାନ କେନ୍ଦ୍ର ଖୋଲା ଯାଇଛି। ଏନେଇ ଜିଲ୍ଲା ପଞ୍ଚାୟତ ଅଫିସର ଭଗବାନ ଗୌଡା କହିଛନ୍ତି, ଚଳିତ ତ୍ରିସ୍ତରୀୟ ନିର୍ବାଚନ ପାଇଁ ମଧ୍ୟ ଭୋଟ କେନ୍ଦ୍ର ଖୋଲା ରହିବ। କିନ୍ତୁ ଭୋଟ କେହି ଦେବେ ନାହିଁ।

Leave A Reply

Your email address will not be published.