Below header

ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ

ଉତ୍ତରପ୍ରଦେଶର ରାମପୁର ଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୀଷଣ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସୂଚନା ଯେ, ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଗୋଟିଏ ଟ୍ରକ୍ ସହିତ ଯାଇ ଖୁବ୍ ଜୋରରେ ଧକ୍କା ହୋଇଥିଲା । କାର୍ ରେ ଡ୍ରାଇଭର୍ ସମେତ ୬ ଜଣ ଥିଲେ । ଯେଉଁଥିରୁ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଘଟଣାରେ ଡ୍ରାଇଭର୍ ଗୁରୁତର ଭାବେ ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ରାମପୁର ଜନପଦର ଟାଣ୍ଡା ଥାନା ଅଞ୍ଚଳରେ ଘଟିଛି। ପୋଲିସ ଅଧିକାରୀଙ୍କ ମୁତାବକ, କାରରେ ଥିବା ୬ ଜଣ ଏକ ବିବାହ ଉତ୍ସବରେ ସାମିଲ ହେବା ପରେ ମୁରାଦାବାଦ ଘରକୁ ଫେରୁଥିଲେ । ଏହି ସମୟରେ ଡ୍ରାଇଭର୍ ଜଣକ କାର୍ ଉପରୁ ନିୟନ୍ତ୍ରଣ ହରାଇଥିଲେ ଫଳରେ କାରଟି ଯାଇ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଓ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦପାଇଁ ପଠାଇଥିଲା । ଘଟଣା ବିଷୟରେ ପୋଲିସ ସମସ୍ତଙ୍କ ପରିବାରକୁ ସୂଚନା ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.