କିଣନ୍ତୁ ଆଇଫୋନ୍ ୧୩ ର ‘ଡୁପ୍ଲିକେଟ୍’: ମାର୍କେଟରେ କରୁଛି ଧମାଲ୍, ୬ ହଜାର ଟଙ୍କାରେ ରହିଛି ବୋବାଲ ଫିଚର୍
ବର୍ତ୍ତମାନ ଅଧିକରୁ ଅଧିକ ଲୋକ ଇଷ୍ଟଲ୍ମେଣ୍ଟରେ ହେଉନା କାହିଁକି ଆଇ ଫୋନ୍ କିଣିବାକୁ ପସନ୍ଦ କରୁଛନ୍ତି।କାରଣ ଏହି iOS ଡିଭାଇସ ଫୋନରେ ଭଲ ଫିଚର୍ ରହିଛି ଓ ଷ୍ଟ୍ରଙ୍ଗ ପାସୱାର୍ଡ଼ ସିଷ୍ଟମ ମଧ୍ୟ ରହିଛି। ଖାସକରି ଏହାର କ୍ୟାମେରା। ଆପଣ ଯଦି ଆଇଫୋନ କିଣିବାକୁ ସକ୍ଷମ ନୁହଁନ୍ତି ତେବେ ମାତ୍ର ୬୦୦୦ ଟଙ୍କାରେ ଏହାର ଡୁପ୍ଲିକେଟ୍ ଫୋନ୍ କିଣିପାରିବେ।
ଜିଓନି ଏହାର ଏକ ନୂଆ ସ୍ମାର୍ଟଫୋନ୍, ଜିଓନି ଜି୧୩ ପ୍ରୋ ମାର୍କେଟରେ ଲଞ୍ଚ କରିଛି, ଯାହା ଅବିକଳ ଆଇଫୋନ୍ ୧୩ ପରି ଦେଖାଯାଉଛି। ଖାସ କଥା ହେଉଛି ଆପଲର ଲାଟେଷ୍ଟ ସ୍ମାର୍ଟଫୋନ୍ ପରି ଦେଖାଯାଉଥିବା ଏହି ଫୋନ୍ ମାତ୍ର ୬ ହଜାର ଟଙ୍କାରେ ମାର୍କେଟରେ ଉପଲବ୍ଧ।
ତେବେ ଆସନ୍ତୁ ଜାଣିବା ଏହାର ଫିଚର୍ ବିଷୟରେ
ଆଜିର ଯୁଗରେ, ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ ରହୁଥିବା ଆପଣ ଦେଖିଥିବେ ଏବଂ ଅଧିକାଂଶ ଲୋକ ଯେତେବେଳେ ସ୍ମାର୍ଟଫୋନ୍ କିଣନ୍ତି ଆଇଫୋନ୍ କିଣିବାକୁ ପସନ୍ଦ କରନ୍ତି । କିନ୍ତୁ କିଛି ଲୋକ ଇଛା ଥାଇ ବି ଏହାର ଚଢ଼ା ଦାମ ପାଇଁ ଆଇଫୋନ୍ କିଣି ପାରନ୍ତି ନାହିଁ। ସେମାନଙ୍କ ପାଇଁ ଜିଓନି ଜି ୧୩ ପ୍ରୋ ଏକ ଭଲ ବିକଳ୍ପ । ଏବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟ ଫୋନର ଫିଚର୍ସ ଓ ସ୍ପେଶିଫିକେଶନ୍ସ ବିଷୟରେ।
ଏହି କମ ବଜେଟ୍ ଫୋନ୍ ହେଉଛି ଜିଓନି ଜି୧୩ ପ୍ରୋ, ଯାହାର ଡିଜାଇନ୍ ଠିକ୍ ଆଇଫୋନ୍ ୧୩ ପରି । ଏହାର ଆଇଫୋନ୍ ୧୩ ଭଳି ଫ୍ଲାଟ ଫ୍ରେମ୍ ରହିଛି ଓ ଏହାର କ୍ୟାମେରା ମଡ୍ୟୁଲ୍ ର ଡିଜାଇନ୍ ମଧ୍ୟ ଆପଲ୍ ର ଲାଟେଷ୍ଟ ସ୍ମାର୍ଟଫୋନ୍ ପରି ଏବଂ ସେଲଫି କ୍ୟାମେରା ପାଇଁ ନଚ ଦିଆଯାଇଛି। ଏହି ସ୍ମାର୍ଟଫୋନର ଭଲ ଡିସପ୍ଲେ ଓ ଷ୍ଟୋରେଜ ମଧ୍ୟ ରହିଛି। ହାରମୋନି OSରେ କାର୍ଯ୍ୟ କରୁଥିବା ଏହି ସ୍ମାର୍ଟଫୋନ୍ ୬.୨୬ ଇଞ୍ଚ ଫୁଲ୍ HD ଡିସପ୍ଲେ ଏବଂ ୧୯:୯ ଆସ୍ପେକ୍ଟ ରେସିଓ ସହିତ ମାର୍କେଟରେ ଲଞ୍ଚ କରାଯାଇଛି । Gionee G13 Proର ବେସ ଭାରିଆଣ୍ଟ 4GB RAM ଏବଂ 32GB ଇଣ୍ଟରନାଲ ଷ୍ଟୋରେଜ୍ ସହିତ ମାର୍କେଟକୁ ଆସୁଛି ଏବଂ ଏହାର ଦ୍ୱିତୀୟ ଭାରିଆଣ୍ଟରେ ଆପଣଙ୍କୁ 4GB RAM ସହ 128GB ପର୍ଯ୍ୟନ୍ତ ଇଣ୍ଟରନାଲ ମେମୋରୀ ମିଳିବ।
ଜିଓନି ଜି୧୩ ପ୍ରୋର କ୍ୟାମେରା ବିଷୟରେ କହିବାକୁ ଗଲେ, ଏହି ସ୍ମାର୍ଟଫୋନରେ ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ରହିଛି। ଯେଉଁଥିରେ ୧୩ ମେଗା ପିକ୍ସେଲର ପ୍ରାଇମେରୀ ସେନ୍ସର ସହ ଏକ ସେକେଣ୍ଡାରୀ ମାଇକ୍ରୋ ସେନ୍ସର ରହିଛି। ଏଥିରେ ସେଲଫି ନେବା ପାଇଁ 5MP ଫ୍ରଣ୍ଟ କ୍ୟାମେରା ମଧ୍ୟ ଉପଲବ୍ଧ। ଏହି ସ୍ମାର୍ଟ୍ ଫୋନ୍ ୪ଜି ନେଟୱର୍କରେ ଚାଲିବ। ସ୍ମୁଥ ଫଂକ୍ସନିଂ ପାଇଁ ଏହି ସ୍ମାର୍ଟ୍ ଫୋନରେ ୟୁନିସକ୍ T310 ପ୍ରୋସେସର ଦିଆଯାଇଛି।
ଏହି ସ୍ମାର୍ଟଫୋନର ବାକି ଫିଚର୍ ବିଷୟରେ କହିବାକୁ ଗଲେ ଜିଓନିର ଏହି ସ୍ମାର୍ଟଫୋନ୍ 3,500mAh ବ୍ୟାଟେରୀ, 3.5 MM ହେଡଫୋନ୍ ଜ୍ୟାକ୍, ୱାଇଫାଇ ଏବଂ ବ୍ଲୁଟୁଥ୍ ସପୋର୍ଟ ସହିତ ମାର୍କେଟରେ ଲଞ୍ଚ କରାଯାଇଛି । ଏହାର ଏକ ସ୍ୱତନ୍ତ୍ର ଏଲ୍ଡରଲି ମୋଡ୍ ଅଛି ଯାହାକୁ ବ୍ୟବହାର କରି ବୟସ୍କ ବ୍ୟକ୍ତିମାନେ ଫୋନ୍ ର ଫଣ୍ଟ ବଢ଼ାଇବା ଠାରୁ ଆରମ୍ଭ କରି ପେମେଣ୍ଟ ପଠାଇବା ପର୍ଯ୍ୟନ୍ତ ସବୁ କିଛି କରିପାରିବେ।
ଏହା ସହିତ ଏହା ଆପଣଙ୍କ ସ୍ବାସ୍ଥ୍ୟ ବିଷୟରେ ମଧ୍ୟ ଆପଣଙ୍କୁ ଅବଗତ କରାଇବ। ଏହି ମୋଡ଼ ବୟସ୍କ ବ୍ୟକ୍ତିଙ୍କ ପାଇଁ ଫୋନ୍ ବ୍ୟବହାରକୁ ସହଜ କରିଦିଏ। ଏଥିରେ ଏକ ସ୍ମାର୍ଟ ମୋଡ୍ ମଧ୍ୟ ଅଛି ଯାହା ଯୁବକମାନଙ୍କ ପାଇଁ ଦିଆଯାଉଛି। ଜିଓନି ଜି୧୩ ପ୍ରୋରେ ଫେସ୍ ଅନଲକିଂ ଫିଚର୍ ମଧ୍ୟ ଦିଆଯାଇଛି। ଜିଓନି ଜି୧୩ ପ୍ରୋ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଚାଇନାରେ ହିଁ ଲଞ୍ଚ କରାଯାଇଛି। ଏହାକୁ ତିନୋଟି ଆଟ୍ରାକ୍ଟିଭ କଲର ସ୍ନୋ କ୍ରିଷ୍ଟଲ, ସି ବ୍ଲୁ ଏବଂ ଷ୍ଟାର୍ ପାର୍ଟି ପର୍ପଲ୍ ରଙ୍ଗରେ ମାର୍କେଟରେ ଲଞ୍ଚ କରାଯାଇଛି। ଏହାର ୩୨ GB ଷ୍ଟୋରେଜ ଥିବା ଫୋନର ମୂଲ୍ୟ ରହିଛି ୬,୨୦୦ ଓ ୧୨୮ GB ଷ୍ଟୋରେଜ ଥିବା ଫୋନର ମୂଲ୍ୟ ରହିଛି ୮,୨୦୦ ଟଙ୍କା। ଏହା ଭାରତୀୟ ମାର୍କେଟରେ ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି।