ନାସିକ ରାମକୁଣ୍ଡରେ ହେଲା ଲତାଙ୍କ ଅସ୍ଥି ବିସର୍ଜନ, କାଶୀ-ହରିଦ୍ୱାରରେ ମଧ୍ୟ ହେବ ବିସର୍ଜନ

ନୂଆଦିଲ୍ଲୀ : ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଅସ୍ଥି ନାସିକର ରାମ କୁଣ୍ଡରେ ବିସର୍ଜିତ ହୋଇଛି । ପରିବାର ଲୋକେ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ପୁତୁରା ଆଦିନାଥ ପରମ୍ପରା ଅନୁଯାୟୀ ଲତାଙ୍କ ଅସ୍ଥି କଳସ ନଦୀରେ ବିସର୍ଜନ କରିଛନ୍ତି ।

କାଶି-ହରିଦ୍ୱାରରେ ମଧ୍ୟ ହେବ ଲତାଜୀଙ୍କ ଅସ୍ଥି ବିସର୍ଜନ

ଗୁରୁବାର ଲତାଜୀଙ୍କ ଅସ୍ଥି ବିସର୍ଜନ ରାମକୁଣ୍ଡରେ ହେବା ପରେ କାଶି-ହରିଦ୍ୱାରରେ ମଧ୍ୟ ବିସର୍ଜନ କରାଯିବ ବୋଲି ଜଣାପଡିଛି । ଅସ୍ଥି କଳସ କାଶି ନିଆଯାଇଛି, ଏଠାରେ ଗଙ୍ଗା ନଦୀରେ ବିସର୍ଜନ କରାଯିବ । ଏଥିସହ ହରିଦ୍ୱାରରେ ମଧ୍ୟ ଲତାଜୀଙ୍କ ଅସ୍ଥି ବିସର୍ଜନ କରାଯିବ ।

ଅନ୍ତିମ ସମୟରେ ଲତାଜୀ ମନେ ପକାଉଥିଲେ ପିତାଙ୍କୁ

ଲତାଜୀ ହସପିଟାଲରେ ଭର୍ତ୍ତି ହେବା ପରେ ଶେଷ ସମୟରେ ପିତା ଦୀନାନାଥଙ୍କୁ ମନେ ପକାଉଥିଲେ । ପିତାଙ୍କ ରେକଡିଂ ଇୟର ଫୋନରେ ଶୁଣୁଥିଲେ । ପ୍ରକାଶଯୋଗ୍ୟ ଯେ ଲତାଜୀ ୧୩ ବର୍ଷ ବୟସରେ ହୋଇଥିବା ବେଳେ ତାଙ୍କ ପିତାଙ୍କ ଦେହାନ୍ତ ଘଟିଥିଲା ।

ଲତାଜୀଙ୍କ ସ୍ମୃତିରେ ନିର୍ମାଣ ହେବ ସଂଗୀତ ଏକାଡେମୀ

ମହାରାଷ୍ଟ୍ର ସରାକାର ଲତାଜୀଙ୍କ ସ୍ମୃତିରେ ଏକ ସଂଗୀତ ଏକାଡେମୀ ନିର୍ମାଣ କରିବେ । ଏହି ଏକାଡେମୀ ମୁମ୍ବାଇ ୟୁନିଭରସିଟି ପରିସରରେ ହେବ । ଏହାଛଡ଼ା ତାଙ୍କ ଜନ୍ମ ସ୍ଥାନ ମଧ୍ୟପ୍ରଦେଶର ଇନ୍ଦୋରରେ ମଧ୍ୟ ରାଜ୍ୟ ସରକାର ଏକ ସଂଗୀତ ବିଦ୍ୟାଳୟ ନିର୍ମାଣ କରିବେ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.