ଆଜି ହିଁ କରନ୍ତୁ ହଳଦିର ଏହି ଉପାୟ, ଜୀବନରେ କେବେବି ସରିବନି ଖୁସି ଆଉ ସଫଳତା

ହିନ୍ଦୁ ଧର୍ମରେ ହଳଦିର ସମ୍ପର୍କ ଭଗବାନ ବିଷ୍ଣୁ ଏବଂ ଗୁରୁ ଗ୍ରହଙ୍କ ସହ ରହିଛି। ଏହି ଦିନ ପୂଜା ଦ୍ୱାରା ମିଳିଥିବା କୃପା ଜୀବନରେ ଶୁଭ ଫଳ ପ୍ରାପ୍ତି କରିଥାଏ ଏବଂ ଭାଗ୍ୟ ବୃଦ୍ଧି ହୋଇଥାଏ। ଯଦି ଭଗବାନ ବିଷ୍ଣୁ ଏବଂ ଗୁରୁଗ୍ରହଙ୍କ କୃପା ରହିବନାହିଁ ତାହେଲେ ଅନେକ ଚେଷ୍ଟା ପରେ ବି ଆପଣଙ୍କ ଜୀବନରେ ସୁଖ-ସମୃଦ୍ଧି ରହିନଥାଏ। ଏହାଛଡା ଜାତକରେ ଅନେକ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ। ସବୁ କ୍ଷେତ୍ରରେ ସଫଳତା ମିଳିବା ସହିତ ଆପଣଙ୍କ ରାସ୍ତା ସହଜ ହୋଇଯାଏ। ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଏ ଏବଂ ଏହାର ସମ୍ଭନ୍ଧ ଗୁରୁ ଗ୍ରହ ସହ ରହିଛି। ଆଜି ଆମେ ହଳଦିର କିଛି ଏମିତି ଉପାୟ ଜଣାଇବୁ, ଯାହାକୁ ଗୁରୁବାର ଦିନ କରିବା ଦ୍ୱାରା ଜୀବନରେ ଧନ ସମୃଦ୍ଧି ଏବଂ ଖୁସି ଭରି ହୋଇଯାଏ।

ବହୁତ ପ୍ରଭାବଶାଳୀ ହଳଦିର ଏହି ଉପାୟ

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା-ଆରାଧନା କରନ୍ତୁ ଏବଂ ତାଙ୍କୁ ହଳଦିର ତିଳକ ନିଶ୍ଚୟ ଲଗାନ୍ତୁ। ଜଲଦି ବିବାହ କରିବା ଏବଂ ବୈବାହିକ ଜୀବନରେ ହେଉଥିବା ମୁସ୍କିଲକୁ ଦୂର କରିବା ପାଇଁ ଏହା ବହୁତ ଭଲ ଉପାୟ।

ଗୁରୁବାର ଦିନ ପୂଜା କରିବା ସମୟରେ ହାତ ଏବଂ ଗଳାରେ ହଳଦିର ଛୋଟ ଟିକା ଲଗାଇବା ଦ୍ୱାରା ଜାତକରେ ଗୁରୁ ଗ୍ରହ ମଜବୁତ ହୋଇଥାନ୍ତି। ଏହାସହ ଆପଣଙ୍କ ସବୁ କାମରେ ସଫଳତା ମିଳିଥାଏ।

ଗୁରୁବାର ଦିନ ଗାଧୋଇବା ପାଣିରେ ଚିମୁଟାଏ ହଳଦି ପକାଇ ଗାଧୋଇବା ଦ୍ୱାରା ଚାକିରି ଏବଂ ବ୍ୟବସାୟରେ ଲାଭ ମିଳିଥାଏ। ଏହାସହିତ ଆଗାମୀ ଦିନରେ ଆୟ ମଧ୍ୟ ବୃଦ୍ଧି ହୋଇଥାଏ।

ଯେତେବେଳେ ବି ଇଣ୍ଟରଭ୍ୟୁ କିମ୍ବା ପରୀକ୍ଷା ଦେବାକୁ ଯାଉଛନ୍ତି ସେତେବେଳେ ଏକ ରୁମଲରାରେ ଚିମୁଟାଏ ହଳଦି ପକାଇ ଦିଅନ୍ତୁ। ଏହାଦ୍ୱାରା ଆତ୍ମବିଶ୍ୱାସ ବଢ଼ିବା ସହିତ ସଫଳତା ନିଶ୍ଚୟ ମିଳିଥାଏ।

ଘର ବାହାର କାନ୍ଥରେ ଏବଂ ମୁଖ୍ୟ ଫାଟକରେ ହଳଦିର ରେଖା ବନାଇବା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ।

କଦଳୀ ଗଛରେ ହଳଦୀର ତିଳକ ଲଗାଇ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ମଧ୍ୟ ବିବାହ ସମ୍ଭନ୍ଧୀୟ ସମସ୍ୟା ଦୂର ହୋଇ ସମସ୍ୟାର ସମାଧାନ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.