Below header

ମହାକାଶରେ ସୌରଝଡ଼, ୪୦ଟି ନୂଆ ସାଟେଲାଇଟ୍ ଜଳି ପାଉଁଶ

ନୂଆଦିଲ୍ଲୀ : ମହାକାଶରେ ସୃଷ୍ଟି ହୋଇଛି ସୌର ଝଡ଼ । ଫଳରେ ସୌରଝଡ଼ ପ୍ରଭାବରେ ସ୍ପେସ୍ ଏକ୍ସର ୪୦ଟି ନୂଆ ସାଟେଲାଇଟ୍ ଜଳି ପାଉଁଶ ହୋଇଯାଇଛି । ଆମେରିକାର ଉଦ୍ୟୋଗପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଗତ ୩ ତାରିଖରେ ମାହାକାଶକୁ ଛାଡ଼ିଥିଲା ୪୯ଟି ଷ୍ଟାରଲିଙ୍କ ଇଣ୍ଟରନେଟ୍ ସାଟେଲାଇଟ୍ ।

ଏହାର ୨୪ ଘଣ୍ଟା ଅର୍ଥାତ୍ ଫେବ୍ରୁଆରି ୪ ତାରିଖରେ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଜିଓମାଗ୍ନେଟିକ୍ ଷ୍ଟର୍ମ ପ୍ରଭାବରେ ୪୦ଟି ସାଟେଲାଇଟ୍ ନଷ୍ଟ ହୋଇଯାଇଛି । ଏହି ସାଟେଲାଇଟ୍ଗୁଡ଼ିକ ଭୂପୃଷ୍ଠରୁ ୨୧୦ କିଲୋମିଟର ଉଚ୍ଚରେ ଥାଇ ପୃଥିବୀ ପରିକ୍ରମା କରୁଥିଲେ ।

ନଷ୍ଟ ହୋଇଥିବା ସାଟେଲାଇଟ୍ଗୁଡ଼ିକ ଭୂପୃଷ୍ଠକୁ ଆସିବା ବେଳେ ବାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ସମ୍ପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଛି । ଏହି କୃତ୍ରିମ ଉପଗ୍ରହରେ କୌଣସି ଓଜନଦାର ଧାତବୀୟ ଉପକରଣ ଲାଗି ନଥିବାରୁ ପୃଥିବୀ ପ୍ରତି କୌଣସି ବିପଦ ନାହିଁ ।

ସ୍ପେସ୍ ଏକ୍ସ ୨୦୧୯ରୁ ଏପର୍ଯ୍ୟନ୍ତ ୨ ହଜାରରୁ ଅଧିକ ହାଇ-ସ୍ପିଡ୍ ଇଣ୍ଟରନେଟ ସାଟେଲାଇଟ ମହାକାଶକୁ ପଠାଇ ସାରିଛି । ଏହାର ଲକ୍ଷ୍ୟ ପୃଥିବୀର କକ୍ଷ ପଥରେ ୪୨ ହଜାର ସାଟେଲାଇଟ୍ ଅବସ୍ଥାପିତ କରିବା ।

ଷ୍ଟାରଲିଙ୍କ ସାଟେଲାଇଟ୍ ହେଉଛି ହାଇସ୍ପିଡ୍ ଇଣ୍ଟରନେଟ୍ ସାଟେଲାଇଟ୍ । ଯାହା ଗ୍ରାହକଙ୍କୁ ପ୍ରିମିୟମ୍ ସେବା ଯୋଗାଇଥାଏ । ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ୧୫୦ରୁ ୫୦୦ Mbps ଡାଉନଲୋଡ୍ ସ୍ପିଡ୍ ପ୍ରଦାନ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.