ଗାମୁଛା ପକାଇ, ହାତରେ ବାଡି ଧରି ଶ୍ରୀବଲ୍ଲି ଗୀତରେ ନାଚିଲେ ରାନୁ ମଣ୍ଡଳ, ଦେଖନ୍ତୁ ତାଙ୍କର ଜବରଦସ୍ତ ଡ୍ୟାନ୍ସ

ସାଉଥ୍ ସୁପଷ୍ଟାର୍ ଅଲ୍ଲୁ ଅର୍ଜୁନ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାରଣ ତାଙ୍କ ଅଭୀନିତ ଫିଲ୍ମ‘ପୁଷ୍ପା ଦ ରାଇଜ୍ବ୍ଲକବଷ୍ଟର ହିଟ୍ ହୋଇଥିବା ବେଳେ ବକ୍ସ ଅଫିସ୍ରେ ଭଲ କଲେକ୍ସନ କରିଛି। ଫିଲ୍ମଟି ଯେତେ ହିଟ୍ ହୋଇଛି ତାଠାରୁ ଅଧିକ ହିଟ୍‌ ହୋଇଛି ଫିଲ୍ମର ଗୀତ। ଖାସ କରି ଦର୍ଶକଙ୍କ ମୁହଁରେ ଗୋଟିଏ ଗୀତ ‘ଶ୍ରୀବଲ୍ଲି’। ଏହି ଗୀତ ସୋସିଆଲ ମିଡିଆରେ ବେଶ୍ ଟ୍ରେଣ୍ଡ କରୁଛି। କିଛି ପ୍ରଶଂସକ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ‘ଶ୍ରୀବଲ୍ଲି’ ଗୀତରେ ରିଲ୍ କରୁଛନ୍ତି। ଏହି ଗୀତରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟେପ୍ ପ୍ରଶଂସକଙ୍କ ହୃଦୟ ବେଶ୍ ପସନ୍ଦ ଆସିଛି। ଯାହା ଏବେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଚାରିଆଡେ ଟ୍ରେଣ୍ଡ ଚାଲିଛି।

ranuତେବେ ଏବେ କିନ୍ତୁ ଜଣେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ। ଭିଡିଓରେ ରାନୁ ବହୁତ ମଜାଳିଆ ଡ୍ୟାନ୍ସ ଷ୍ଟେପ୍ କରୁଛନ୍ତି। ବ୍ଲୁ ଟି ସାର୍ଟ ସହ ରେଡ୍ ଶାଢ଼ି ଏବଂ ହାତରେ ଏକ ବାଡ଼ି ଧରି ରାନୁ ଶ୍ରୀବଲ୍ଲି ଗୀତରେ ମଜାଳିଆ ଢଙ୍ଗରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଭିଡିଓକୁ ଦେଖି ପ୍ରଶଂସକମାନେ ରାନୁଙ୍କୁ ଟ୍ରୋଲ କରିବା ଆରମ୍ଭ କରି କଲେଣି।

ଏହାପୂର୍ବରୁ ନିକଟରେ ରାନୁ ମଣ୍ଡଳ କଚା ବାଦାମ୍ ଗାଇ ଖୁବ୍ ଟ୍ରୋଲ୍ ହୋଇଥିଲେ । ଏହାଛଡା ଲୋକମାନେ ରାନୁଙ୍କ ଖଣ୍ଡି ଇଂରାଜୀକୁ ନେଇ ମଜାକ ଉଡାଇଥିଲେ। ତେବେ ଏବେ ଶୁଣିବାକୁ ମିଳୁଛି ରାନୁ ମଣ୍ଡଳଙ୍କ ଉପରେ ଏକ ବାୟୋପିକ୍ ଫିଲ୍ମ ମଧ୍ୟ ପ୍ରସ୍ତୁତ ହେବକୁ ଯାଉଛି । ଅଭିନେତ୍ରୀ ଇଶିକା ରାନୁଙ୍କ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.