ଆସିଲା ଜିଓର ନୂଆ ବମ୍ପର ପ୍ଳାନ, ଏବେ ୟୁଜର୍ସ ଦେବେ ମାତ୍ର ଏତିକି ଟଙ୍କା

ଆସିଲା ଜିଓ ଗ୍ରାହକଙ୍କ ପାଇଁ ବଡ଼ ଖବର। ଜିଓର ମୁଖ୍ୟ ମୁକେଶ ଅମ୍ବାନୀ ଏବେ ଜିଓ ପ୍ଲାନରେ ପୁଣି ନୂଆ ପରିବର୍ତ୍ତନ କରିଛନ୍ତି। ଯାହା ଖୁବ ଶୀଘ୍ର୍ର ଲାଗୁ ହେବ। ଦେଶର ମୁଖ୍ୟ ଟେଲିକମ କମ୍ପାନୀର ଗ୍ରାହକମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ରିଲାଏନ୍ସ ଜିଓ କମ୍ପାନୀ ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ ବାହାର କରୁୁଛି। କମ୍ପାନୀ ତରଫରୁ ଏହି ପ୍ଲାନ ସବୁକୁ ବିଭିନ୍ନ କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି। କିନ୍ତୁ ଏହାପରେ ବି ୟୁଜର୍ସମାନଙ୍କୁ ବେଷ୍ଟ ପ୍ଲାନକୁ ସିଲେକ୍ଟ କରିବାରେ ଅନେକ ସମସ୍ୟା ହୋଇଥାଏ।
ଏହି ପରିସ୍ଥିତିରେ ଯଦି ଆପଣ ଅଧିକ ଇଣ୍ଟରନେଟ ଡାଟା ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ସେହି ପ୍ଲାନ ସମ୍ପର୍କରେ, ଯାହା ଜିଓର ସବୁଠୁ ବେଷ୍ଟ ପ୍ଲାନରେ ଅନ୍ତର୍ଭୁକ୍ତ କରାଯାଇଛି। ଏବେ ଜାଣି ନିଅନ୍ତୁ ନୂଆ ପ୍ଲାନ ହିସାବରେ ଆପଣଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଏହି ପ୍ଳାନ ୨୮ ଦିନରୁ ଆରମ୍ଭ କରି ୩୬୫ ଦିନ ପର୍ଯର୍୍ୟନ୍ତ ରହିଛି। ମାନେ ବାର୍ଷିକ ଆପଣ ମନ ପସନ୍ଦ ପ୍ୟାକ ମୁତାବିକ ଇଣ୍ଟରନେଟର ସୁବିଧା ପାଇ ପାରିବେ।
କମ୍ପାନୀ ମୁଖ୍ୟ ମୁକେଶ ଅମ୍ବାନୀ ପୂର୍ବ ପ୍ୟାକର ଦାମକୁ ପରିବର୍ତ୍ତନ କରାଇ ନୂଆ ଦାମ ନିର୍ଦ୍ଧାରିତ କରିଛନ୍ତି। ପୂର୍ବରୁ ୭୫ ଟଙ୍କାର ପ୍ୟାକ ଯାହାର ଭାଲିଡିଟି ୨୮ ଦିନ ପାଇଁ ଥିଲା ତାହା ପରିବର୍ତ୍ତନ ହୋଇ ୯୧ ଟଙ୍କା ହୋଇ ଯାଇଛି। ଏହାସହ ୧୯୯ ଟଙ୍କା ପ୍ଳାନ ବଢ଼ିଯାଇ ୨୩୯ ଟଙ୍କା ହୋଇଯାଇଛି। ଏଥିରେ ୨୮ ଦିନର ବୈଧତା ସହ ଦିନକୁ ୧.୫% ଜିବି ଇଣ୍ଟରନେଟ ସୁବିଧା ମିଳିବ। କିନ୍ତୁ ୧୯୯ ଟଙ୍କା ପ୍ଲାନର ଭାଲିଡିଟି ଦିନ ୨୮ ଦିନରୁ ୨୩ ଦିନ ହୋଇଯାଇଛି।
ସେହିପରି ୨୯୯ଟଙ୍କା ପ୍ଲାନର ବୈଧତା ୨୮ ଦିନ ରହିବା ସହ ଦୈନିକ ୨ ଜିବି ଡାଟା ଗ୍ରାହକଙ୍କୁ ମିଳିବ। ୫୬ ଦିନର ଭାଲିଡିଟି ସହ ଏବେ ନୂଆ ପ୍ଲାନ ବାହାରିଛି। ମାନେ ପୂର୍ବ ୩୯୯ ଟଙ୍କା ପ୍ଲାନ ବଢ଼ି ଯାଇ ୪୭୯ ଟଙ୍କା ହୋଇଛି। ଏଥିରେ ୟୁଜର୍ସଙ୍କୁ ଦୈନିକ ଦେଢ଼ ଜିବି ଡାଟା ମିଳିବ। ସେହିପରି ୨ଜିବି ଡାଟା ପ୍ଲାନକୁ ହାଇକ କରି ୫୩୩ ଟଙ୍କା କରାଯାଇଛି।

ଏବେ ଆପଣ ୮୪ ଦିନର ଡାଟା ପ୍ଲାନ କରିବାକୁ ଚାହୁଁଥିଲେ ୩୨୯ ଟଙ୍କା ବଦଳରେ ୩୯୫ ଟଙ୍କା ଦେବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ମୋଟ ୬ଜିବି ଡାଟା ମିଳିବ। ଶେଷରେ ୫୫୫ ଟଙ୍କା ଡାଟା ପ୍ଲାନକୁ ବଢ଼ାଯାଇ ୬୬୬ ଟଙ୍କା କରାଯାଇଛି। ଏଥିରେ ଗ୍ରାହକଙ୍କୁ ଦୈନିକ ଦେଢ଼ ଜିବି ଡାଟା ମିଳିବ। ଯାହାର ଭାଲିଡିଟି ସମୟ ୮୪ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ମିଳିବ। ସେହିପରି ୨ଜିବି ଡାଟା ପ୍ଲାନ ମଧ୍ୟ ପରିବର୍ତ୍ତନ ହୋଇ ୫୯୯ ଟଙ୍କାରୁ ୭୧୯ ଟଙ୍କା ହୋଇଛି।
ତେବେ ବାର୍ଷିକ ପ୍ଲାନ ବିଷୟରେ କହିବାକୁ ଗଲେ ୩୩୬ ଦିନ ପାଇଁ ଥିବା ପ୍ୟାକକୁ ୧୨୯୯ ଟଙ୍କାରୁ ୧୫୫୯ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିରେ ଡାଟା ପ୍ୟାକ ଅଛି ମୋଟ ୨୪ଜିବି। ସେହିପରି ବାର୍ଷିକ ରିଚାର୍ଜ ପ୍ଲାନ ୨୩୯୯ ଟଙ୍କାରୁ ବଢ଼ି ୨୮୭୯ ଟଙ୍କା ହୋଇଛି। ଏଥିରେ ଦୈନିକ ୨ ଜିବି ଡାଟା ମିଳିବ।

ଏହାସହ ୟୁଜର୍ସଙ୍କୁ ଏବେ ମାସିକ ଛୋଟ ପ୍ଲାନରେ ମଧ୍ୟ ଏକ୍ସଟ୍ରା ଟଙ୍କା ଦେବାକୁ ପଡିବ। ଯେମିତିକି ୫୧ ଟଙ୍କା ବଢ଼ି ୬୧ ଟଙ୍କା, ୧୦୧ ଟଙ୍କା ବଢ଼ି ୧୨୧ ଟଙ୍କା ଏବଂ ୨୫୧ ଟଙ୍କା ବଢ଼ି ୩୦୧ ଟଙ୍କା ହୋଇଛି। ଏଥିରେ ଆପଣଙ୍କୁ ୬ଜିବି, ୧୨ ଜିବି ଏବଂ ୫୦ ଜିବି ଡାଟା ମିଳିବ।