ସବୁଜ ଆଖି ଝିଅଟିର ଫଟୋ ଉଠାଇ ଫଟୋଗ୍ରାଫର ହେଲେ ମାଲାମାଲ୍‌, ପାଇଲେ ୩ କୋଟି ଟଙ୍କା ପୁରସ୍କାର

ନୂଆଦିଲ୍ଲୀ :  ବେଳେ ବେଳେ ଗୋଟିଏ ମୂହୁର୍ତ୍ତ ବ୍ୟକ୍ତିର ଭାଗ୍ୟ ବଦଳାଇ ଦିଏ । ବର୍ଷ ବର୍ଷ ଧରି କରିଚାଲିଥିବା କାମର ଫଳ ଯେ କ୍ଷଣିକରେ ମିଳିଯାଏ, ତାହା ବିଶ୍ୱାସ କରି ହୁଏନି । ଏମିତି ଜଣେ ଫଟୋଗ୍ରାଫର ହେଉଛନ୍ତି ଓମାନର Turki bin Ibrahim al Junaibi (ଜୁନାଇବି) । ଯାହାଙ୍କୁ ଚଳିତ ବର୍ଷ ପାଇଁ ହମଦାନ ଇଣ୍ଟରନେସନାଲ ଫଟୋଗ୍ରାଫ୍‌ ଆଓ୍ଵାର୍ଡ (HIPA) ମିଳିଛି । ଏଥିପାଇଁ ତାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ମିଳିଛି । ସାରା ବିଶ୍ୱର ଶ୍ରେଷ୍ଠତମ ଫଟୋ ପାଇଁ HIPA ପ୍ରତିବର୍ଷ ବେଷ୍ଟ ଫଟେଗ୍ରାଫ୍‌ ଆଓ୍ଵର୍ଡ ଦେଇଥାଏ ।

ଜୁନାଇବି ଏକ ଛୋଟ ଝିଅର ଫଟୋ ଏମିତି ବୁଲୁ ବୁଲୁ ଉଠାଇ ଦେଇଥିଲେ । ତେବେ ଏହି ଫଟୋଟି ବେଷ୍ଟ ଫଟୋଗ୍ରାଫ୍‌ ପାଇଁ ମନୋନୀତ ହୋଇଥିଲା । ଏହି ଆଓ୍ଵାର୍ଡରେ ସାରା ଦୁନିଆରୁ ୧୦୦୦ ରୁ ଅଧିକ ଫଟୋ ସାମିଲ କରାଯାଇଥିଲା ।

ତେବେ ଏଥିରେ ଜୁନାଇବିଙ୍କର ଏହି ସବୁଜ ଆଖିର ଛୋଟ ଝିଅଟିର ଫଟୋକୁ ଶ୍ରେଷ୍ଠ ଫଟୋ ଭାବେ ମନୋନୀତ କରାଯାଇଥିଲା । ଏହି ଫଟୋଟିକୁ ଜୁନାଇବି ମୋସିରାହ ଆଇସଲାଣ୍ଡରେ କ୍ଲିକ କରିଥିଲେ ବୋଲି ସାମ୍ବାଦିକଙ୍କ ଆଗରେ ପ୍ରକାଶ କରିଛନ୍ତି ।

saint
P.C : hindi.news18.com

କରୋନା ପୂର୍ବରୁ ଜୁନାଇବି ଭାରତ ମଧ୍ୟ ଆସିଥିଲେ । ଭାରତରେ ଥିବା ବେଳେ ସେ ବାରାଣସୀର କେତେକ ଫଟୋ ଉଠାଇଥିଲେ । ଯାହାକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ । ପୁରସ୍କାର ପାଇବା ପରେ ଜୁନାଇବି କହିଛନ୍ତି ଯେ ଏହା ତାଙ୍କ ପାଇଁ ଗର୍ବ ଓ ଆନନ୍ଦର ମୂହୁର୍ତ୍ତ ।

ସେ ଓମାନର ସୁନ୍ଦରତା ସାରା ବିଶ୍ୱରେ ପରିଚିତ କରାଇବାକୁ ଚାହାଁନ୍ତି । ଯାହା ଫଳରେ ଓମାନରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । HIPA ପ୍ରତି ବର୍ଷ ବେଷ୍ଟ ଫଟୋଗ୍ରାଫୀ ପାଇଁ ଦିଆଯାଇଥାଏ । ଏହା ପୁରସ୍କାର ପ୍ରଥମେ ୨୦୧୧ ରେ ଦୁବାଇ ରାଜକୁମାର ଶେଖ ହମଦାନ୍‌ ବିନ ରାଶିଦ ବିନ ମହମ୍ମଦ ଅଲ୍‌ ମକତୁମଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.