ପୁଲୱାମ ସହିଦଙ୍କ ପାଇଁ ମୋର ଏ ଶ୍ରଦ୍ଧାଞ୍ଜଳି, ୩ ଦିନ ମାଗଣାରେ ଯାତ୍ରୀଙ୍କୁ ବୋହିବି ଓ ବର୍ଷ ସାରା ମାଗଣାରେ ଦିବ୍ୟାଙ୍ଗଙ୍କୁ ବୋହିବି

ଆନନ୍ଦପୁର(କେନ୍ୟୁଜ୍): ପୁଲୱାମା ଆକ୍ରମଣରେ ଦେଶ ପାଇଁ ଯେଉଁମାନେ ସହିଦ ହୋଇଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ୩ ଦିନ ମୁଁ ମାଗଣାରେ ଲୋକଙ୍କୁ ଅଟରେ ବୋହିବି। ଏଭଳି ସହିଦ ଯବାନଙ୍କୁ  ଶ୍ରଦ୍ଧାଞ୍ଜଳି ଜଣାଇ ନିଆର ପଦକ୍ଷେପ ନେଇଛନ୍ତି କେନ୍ଦୁଝର ଆନନ୍ଦପୁରର ଜଣେ ଅଟୋ ଡ୍ରାଇଭର।

୨୦୧୯ ଫେବୃଆରୀ ୧୪ ରେ ଆତଙ୍କବାଦୀଙ୍କ  ହମଲାରେ ସହିଦ ହୋଇଥିବା ୪୦ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଆନନ୍ଦପୁରର ଅଟୋ ଡ଼୍ରାଇଭର ନରେନ୍ଦ୍ର କୁମାର ଜେନା ମାଗଣା ଅଟୋ ସେବା ଯୋଗାଉଛନ୍ତି । ଆନନ୍ଦପୁର ବସଷ୍ଟାଣ୍ଡ ଠାରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପର୍ଯ୍ୟନ୍ତ ମାଗଣାରେ ଯାତ୍ରୀ ମାନଙ୍କୁ ନେବା ଆଣିବା କରିବେ । ଏଥିସହ ଭିନ୍ନକ୍ଷମ ଯାତ୍ରୀଙ୍କୁ ବର୍ଷ ସାରା ମାଗଣାରେ ନେବା ଆଣିବା କରିବେ । ଏହି ମାଗଣା ସେବା ୩ ଦିନ ଧରି ଚାଲିବା ସହ ୨୦୧୯ ମସିହାରୁ ଏହି ସେବା ଜାରି ରହିଛି ଏବଂ ପ୍ରତିବର୍ଷ ଏହି ମାଗଣା ଅଟୋ ସେବା ଜାରି ରହିବ ବୋଲି ନରେନ୍ଦ୍ର କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.