୬ ଦିନର ସଂଗ୍ରାମ ପରେ ଜୀବନ ହାରିଲେ ମହିଳା, ଗୁରୁତର ଅବସ୍ଥାରେ ଭଡ଼ା ଘରୁ ହୋଇଥିଲେ ଉଦ୍ଧାର
ଭୁବନେଶ୍ବର(କେନ୍ଯୁଜ୍): ୬ ଦିନ ଧରି ସଂଗ୍ରାମ ପରେ ଜୀବନ ହାରିଲେ ମହିଳା । ମଞ୍ଚେଶ୍ୱର କପିଳେଶ୍ୱର ବିହାରରେ ପ୍ରଗତି ପ୍ରଜ୍ଞା ନାମକ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲା ପୋଲିସ ।
ଏହି ଘଟଣାରେ ମହିଳାଙ୍କ ସ୍ୱାମୀ ସତ୍ୟରଞ୍ଜନଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଗତ ଗୁରୁବାର ଦିନ ମଞ୍ଚେଶ୍ୱର କପିଳେଶ୍ୱର ବିହାରର ଏକ ଭଡ଼ା ଘର ଭିତରୁ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା ।