ଧାନ ବୋଝେଇ ଟ୍ରକ୍ ସହ ପିଟିହେଲା ବରଯାତ୍ରୀ ଗାଡି: ୪ ମୃତ, ୭ ଗୁରୁତର

କଳାହାଣ୍ଡି(କେନ୍ଯୁଜ୍): ଟ୍ରକରେ ପିଟିହେଲା ବରଯାତ୍ରୀ ଗାଡ଼ି । ମର୍ମନ୍ତୁଦ ଦୁର୍ଘଟଣାରେ ୪ ମୃତ, ୭ ଗୁରୁତର ଆହତ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ରାଜ୍ଯ ରାଜପଥ ୨୧୭ ତୁର୍ଳାଖମନ ଠାରେ ବିଳମ୍ବିତ ରାତିରେ ଘଟିଛି ଏହି ମର୍ମନ୍ତୁ ସଡ଼କ ଦୁର୍ଘଟଣା।  ଏମାନେ ଟିତକେଲା ଠାରୁ ପିପଲପଦରକୁ ବରଯାତ୍ରୀ ଯାଇ  ଫେରୁଥିବା ବେଳେ ବିଳମ୍ବିତ ରାତିରେ ଏକ ଧାନ ବୋଝେଇ ଟ୍ରକ ଶହ ପିଟି ହୋଇଯାଇଥିଲା ବୋଲେରୋ ଗାଡିଟି। ଯାହା ଫଳରେ ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

ଏହାସହ ୭ ଗୁରୁତରଙ୍କୁ କେସିଙ୍ଗା ହସ୍ପିଟାଲରେ ଚିକିତ୍ସା ପରେ ଭବାନୀପାଟଣା ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ଗୁରୁତର ଆହତ ଏକ ଛୁଆକୁ ବୁର୍ଲା ମେଡ଼ିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ମୃତକ ମଧ୍ୟରେ ୩ ମହିଳା ଓ ଜଣେ ପୁରୁଷ ରହିଛନ୍ତି।ବୋଲେରୋରେ ସମୁଦାୟ ୧୧ ଜଣ ଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.