ମାର୍ଚ୍ଚ ୨୪ରେ ପୌର ଭୋଟ, ୨୬ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା

କେନ୍ୟୁଜ୍(ବ୍ୟୁରୋ):  ସରିଲା ଗାଁ ଭୋଟ୍‌, ଏବେ ସହର ପାଳି । ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ । ୭ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ। ଭୁବନେଶ୍ୱର ADM ଅଫିସ ସାମ୍ନାରେ ନାମାଙ୍କନ ପତ୍ର ନେବା ପାଇଁ ସ୍ୱତନ୍ତ୍ର କାଉଣ୍ଟର ସହ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୯ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୧୪ରେ ପ୍ରତ୍ୟାହାର କରାଯାଇପାରିବ।

ସେହିଦିନ ହିଁ ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା। ମାର୍ଚ୍ଚ ୨୪ରେ ରାଜ୍ୟର ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ନିର୍ବାଚନ ହେବ । ମାର୍ଚ୍ଚ ୨୬ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ। ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ପାଇଁ ତିନି ରାଜନୈତିକ ଦଳ ଅଣ୍ଟା ଭିଡ଼ିଲେଣି। ୩ ମହାନଗର ନିଗମ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ କିଏ ହେବେ ମେୟର ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.