ଭାରତରେ ଲାଗୁ ହୋଇଛି ଗୁଗୁଲ ପ୍ଲେ ପାସ୍ ପ୍ଲାନ, ଜାଣନ୍ତୁ ଏହାର ଫାଇଦା ଆପଣ କିପରି ଉଠାଇବେ

ଗୁଗୁଲ ନିଜ ପ୍ଲେ ଷ୍ଟୋର ପାଇଁ ନୂଆ ସବସ୍କ୍ରିପସନ ପ୍ଲାନକୁ ଆଡ କରିଛି। ଯାହାକି ଭାରତରେ ଲଞ୍ଚ ହୋଇସାରିଛି। ଗୁଗୁଲର ସବୁ ଗ୍ରାହକ ଏବେ ଏହି ନୂଆ ଯୋଜନାର ଫାଇଦା ଉଠାଇପାରିବେ। ମାତ୍ର ଅଳ୍ପ ଟଙ୍କାରେ ଆପଣ ଗୁଗୁଲର ନୂଆ ପ୍ଲାନକୁ ସବସ୍କ୍ରିପସନ କରିପାରିବେ। ତେବେ ସାଧାରଣତଃ ଗୁଗୁଲ ପ୍ଲେ ପାସ୍ ସପସ୍କ୍ରିପସନ ମାସିକ କିମ୍ବା ବାର୍ଷିକ ଆକାରରେ କରାଯାଏ। ଯାହାର ଫାଇଦା ସମସ୍ତ ୟୁଜର୍ସ ଉଠାଇଥାନ୍ତି।
ଏବେ ଗୁଗୁଲ ନିଜ ଗୁଗୁଲ ପ୍ଲେ ପାସ୍ ସର୍ଭିସକୁ ଭାରତରେ ଲଞ୍ଚ କରିଛି। ଦୁଇ ବର୍ଷ ପୂର୍ବେ ଏହାକୁ ପ୍ରଥମେ ଆମେରିକାରେ ଲଞ୍ଚ କରାଯାଇଥିଲା। ଏହାର ସବୁଠୁ ବଡ଼ ଫାଇଦା ମଧ୍ୟ ରହିଛି। ଗୁଗୁଲ ପ୍ଲେ ପାସ୍ ସର୍ଭିସ ଦ୍ୱାରା ଆଣ୍ଡ୍ରଏଡ ୟୁଜର୍ସ ବିନା ବିଜ୍ଞାପନରେ ଯେକୌଣସି ଆପକୁ ବ୍ୟବହାର କରିପାରିବେ। ଏହାସହ ୟୁଜର୍ସ ଆଡ୍ ଆସୁନଥିବା ଗେମ୍ ମଧ୍ୟ ଖେଳିପାରିବେ। ବର୍ତ୍ତମାନ ଏହି ପାସ୍ ର ସୁବିଧା ହଜାରେ ଆପ୍ସରେ ମିଳିବ। ତେବେ ଭାରତରେ ଏହା ଆଗରୁ ନଥିବା କାରଣରୁ ବିଶେଷ ଭାବେ ଏହା ସମ୍ପର୍କରେ କାହାକୁ ଜଣାନାହିଁ। ଆଜି ଆମେ ଏହା ସମ୍ପର୍କରେ ଆପଣଙ୍କୁ କହିବୁ।
ଏବେ ଆପଣ ପ୍ଲେ ଷ୍ଟୋର ୟୁଜ୍ କରିବା ପାଇଁ ସର୍ବନିମ୍ନ ଭାବେ ଆପଣଙ୍କୁ ମାସିକ ଚାର୍ଜେସ ଦେବାକୁ ହେବ। ଏହା କେବଳ ସେମାନେ ହିଁ ପେ କରିବେ ଯେଉଁମାନେ ଆଡ୍ ସମସ୍ୟାରେ ବିରକ୍ତି ହୋଇଯାଇଛନ୍ତି। ମାନେ ଆଡ୍ ମୁକ୍ତ ଆପ୍ସ ପାଇଁ ଏବେ ଗୁଗୁଲ ନିଜ ୟୁଜର୍ସଙ୍କୁ ମାସିକ ଓ ବାର୍ଷିକ ଆକାରରେ ଚାର୍ଜେସ ଦେବ।

ଗୁଗୁଲ ପ୍ଲେ ପାସ୍ ହେଉଛି ସବସ୍କ୍ରିପସନ ଆଧାରିତ ପେଡ ସର୍ଭିସ। ଯାହା କେବଳ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଉପଲବ୍ଧ। ଯଦି ଆପଣ ଏହି ସର୍ଭିସ ନେଉଛନ୍ତି ତେବେ ଆପଣଙ୍କୁ କିଛି ଆପ୍ ରେ ବିଜ୍ଞାପନ ନଜର ଆସିବନି। ଏଥିପାଇଁ ଆପଣ ମାସିକ କିମ୍ବା ବାର୍ଷିକ ଭାବେ ପେମେଣ୍ଟ କରିପାରିବେ। ତେବେ ଏହାର ମୁକାବିଲା apple arcade ସହ ହୋଇଥାଏ।
ତେବେ ଲଞ୍ଚିଂ ବେଳେ କୁହାଯାଇଛି ଯେ ଏହି ନିୟମ ଚଳିତ ସପ୍ତାହରେ ଭାରତରେ ଲାଗୁ କରାଯିବ। ଏହି ଲିଷ୍ଟରେ ରହିଛି ମୋଟ ୧୦୦୦ଟି ଆପ୍ସ। ଏହା ମୋଟ ୪୧ କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି। ଯାହାକୁ ତିଆରି କରିଛନ୍ତି ୫୯ ଦେଶର ଡେଭଲପର୍ସ। ତେବେ ସବୁଠୁ ବଡ଼ କଥା ହେଉଛି ଏଥିରେ ୧୫ ଟି ଆପ୍ସ ଭାରତୀୟ ଡେଭଲପର୍ସଙ୍କର ରହିଛି, ଯେଉଁଥିରେ Rendered idea ର jungle adventures app ଏବଂ creative monkey games ର world cricket battle 2 app ସାମିଲ ରହିଛି।

ତେବେ ଭାରତରେ ଏଥିପାଇଁ ରହିଛି ଶସ୍ତା ସବସ୍କ୍ରିପସନ ପ୍ଲାନ। ଯେମିତିକି ଏବେ ଭାରତରେ ଗୁଗୁଲ ପ୍ଲେ ପାସ୍ ପାଇଁ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ମାସିକ ସବସ୍କ୍ରିପସନ ପ୍ଲାନ ରହିଛି ୯୯ ଟଙ୍କା ଏବଂ ବାର୍ଷିକ ୮୮୯ ଟଙ୍କା। ଏହାସହ ବିକଳ୍ପ ଅପସନ ମଧ୍ୟ ରହିଛି। ଯାହାକି ୧୦୯ ଟଙ୍କାର। ଏହା ପ୍ରିପେଡ ପ୍ଲାନ ସହ ମାସକ ପାଇଁ ଏହାର ବୈଧତା ରହିଛି। ତେବେ ଏହାର ସବସ୍କ୍ରିପସନ ୫ ଜଣଙ୍କ ମଧ୍ୟରେ ଆପଣ ସେୟାର କରିପାରିବେ।