ରାକ୍ଷୀ ସାଓ୍ଵନ୍ତଙ୍କୁ ଧମକ ଦେଲେ ରିତେଶ; କହିଲେ-ଭୁଲରେ ବି ଯେମିତି ସାମ୍ନାକୁ ନ ଆସ, ନ ହେଲେ ବ୍ୟାଣ୍ଡ୍ ବଜେଇଦେବି

ବଲିଉଡ୍ର ଏଣ୍ଟରଟେନ୍ମେଣ୍ଟ କୁଇନ୍ ଭାବେ ପରିଚିତ ରାକ୍ଷୀ ସାଓ୍ଵନ୍ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥରକ ସ୍ୱାମୀ ରିତେଶଙ୍କ ଯୋଗୁ ପୁଣି ଲାଇମ୍ ଲାଇଟ୍କୁ ଆସିଛନ୍ତି ରାକ୍ଷୀ। ତେବେ ଏଥରକ କିନ୍ତୁ ରାକ୍ଷୀ କିଛି କହି ନାହାନ୍ତି। ଏବେ ରାକ୍ଷୀଙ୍କ ସ୍ୱାମୀ ରିତେଶ ତାଙ୍କୁ ଟାର୍ଗେଟ କରିଛନ୍ତି ଓ ନିଜ ସୋସିଆଲ ମିଡିଆରେ ସିଧାସଳଖ ତାଙ୍କୁ ଧମକ ଦେଇଛନ୍ତି। ରାକ୍ଷୀ ବି ଏହାର ଜବାବ ଦେଇଥିବା ଦେଖିବାକୁ ମିଳିଛି।
ନିକଟରେ ରାକ୍ଷୀ ଜିମ୍ ବାହାରେ ଗଣମାଧ୍ୟମକୁ ପୂର୍ବ ସ୍ୱାମୀ ରିତେଶ ଓ ଲକ୍ ଅପ୍ ଶୋ’ ବିଷୟରେ କହିଥିଲେ ଯେ ରିତେଶଙ୍କୁ ଲକ୍ ଅପ୍ ଶୋ’ରେ ଯିବାକୁ ଅଫର ଆସିଥିଲା। ଏଥିପାଇଁ ମୋଟା ଅଙ୍କର ଟଙ୍କା ବି ତାଙ୍କୁ ଯଚାଯାଇଥିଲା। କିନ୍ତୁ ରିତେଶ ଏଥିପାଇଁ ମନା କରି ଦେଇଥିଲେ। ତାଙ୍କୁ ମୋର ବ୍ୟାଣ୍ଡ୍ ବଜାଇବାକୁ ଏତେ ଟଙ୍କା ଅଫର କରାଯାଇଥିଲା। ସେ ଏକ୍ସ ହଜ୍ବ୍ୟାଣ୍ଡ୍ ହୁଅନ୍ତୁ କି ଟ୍ୟାକ୍ସ ହଜ୍ବ୍ୟାଣ୍ଡ୍,କେହି ମୋର ବ୍ୟାଣ୍ଡ୍ ବଜାଇ ପାରିବେନି। ମୁଁ ହିଁ କେବଳ ମୋ ବ୍ୟାଣ୍ଡ୍ ବଜାଇପାରିବି ବୋଲି କହିଥିଲେ ରାକ୍ଷୀ। ରାକ୍ଷୀଙ୍କର ଏହି କମେଣ୍ଟ ପରଠାରୁ ରିତେଶ ଓ ତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। ରିତେଶ ଏହାର ଜବାବ୍ ଦେଇଛନ୍ତି।
ରିତେଶ ନିଜ ଇନ୍ଷ୍ଟାଗ୍ରାମ୍ରେ ରାକ୍ଷୀଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି- ରାକ୍ଷୀ ଜୀ ଆପଣଙ୍କୁ ଏକ ସାଧାରଣ ପରାମର୍ଶ। ଦୟା କରି ଆପଣ ପ୍ରାର୍ଥନା କରନ୍ତୁ ଯେ ଭୁଲରେ ଯେମିତି ମୋ ସାମ୍ନାକୁ ନ ଆସନ୍ତି। ନ ହେଲେ ଆପଣଙ୍କର ଏମିତି ବ୍ୟାଣ୍ଡ୍ ବଜାଇବି ଯେ କୌଣସି ଶୋ’କୁ ଆଉ ଯାଇପାରିବେନି। ବିଗ୍ ବସ୍ ୧୫ ଓ୍ଵାଇର୍ଲ୍ଡ କାର୍ଡ ଆପଣଙ୍କର କି ଅବସ୍ଥା କରିଥିଲା, ମନେ ଥିବ। ସେଥିପାଇଁ ଚିଲ୍ଲ କର।
View this post on Instagram
ରାକ୍ଷୀ ସାଓ୍ଵନ୍ତ ଏହାର ଜବାବରେ କହିଛନ୍ତି- ଡ୍ରାମା ବନ୍ଦ କର। ଏହାର ଉତ୍ତରରେ ରିତେଶ କହିଛନ୍ତି- ତୁମେ ଡ୍ରାମା କୁଇନ୍। ଏହା ପରେ ରାକ୍ଷୀ କହିଥିଲେ- ମୋ ଫଟୋକୁ ବ୍ୟବହାର କରିବା ବନ୍ଦ କର। ତା’ ଜବାବରେ ରିତେଶ ଲେଖିଛନ୍ତି- ମ୍ୟାଡମ୍ ଆପଣ ମୋ ନାଁ ବ୍ୟବହାର କରିବା ବନ୍ଦ କର, ମୁଁ ବି ତୁମ ଫଟୋ ବ୍ୟବହାର କରିବା ବନ୍ଦ କରିଦେବି। ଆପଣ କୌଣସି ଗେମ୍ ଶୋ’ର ଦେଖାହୁଅନ୍ତୁ, ତା’ ପରେ କହିବି।