Below header

ୟୁକ୍ରେନ ରାଷ୍ଟ୍ରପତିଙ୍କ ବଡ଼ ବୟାନ: କହିଲେ ଋଷିଆର ଚାରିଜଣ ବନ୍ଧୁଙ୍କ ବେଶି ଦିନ ଚାଲିବନି ଶାସନ

ୟୁକ୍ରେନ ଓ ଋଷିଆ ଯୁଦ୍ଧ ଥମିବାର ନାଁ ନେଉନି। ଏମିତିକି ଅନେକ ଦେଶ ଯୁଦ୍ଧ ରୋକିବା ପାଇଁ କହିଲା ପରେ ବି ଋଷ ଯୁଦ୍ଧ ବନ୍ଦ କରୁନି। ପୁଣି ନିଜ ଦେଶକୁ ବଞ୍ଚାଇବା ପାଇଁ ଯାଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ପଛ ଘୁଞ୍ଚା ଦେଉନାହାନ୍ତି । ଏମିତିକି ବିନା କାହାର ସାହାଯ୍ୟରେ ନିଜେ ଯୁଦ୍ଧ ଭୂମିରେ ଆସି ଋଷ ସେନା ସହ ଲଢୁଛନ୍ତି।

ଋଷିଆ ଓ ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ଚରମ ସୀମାରେ ପହଞ୍ଚିଛି। ଋଷ ସେନା ବର୍ତ୍ତମାନ ୟୁକ୍ରେନ ରାଜଧାନୀ କିଭ୍ କୁ ସମ୍ପୂର୍ଣ୍ଣ ରୂପେ ଗେରୀ ଆକ୍ରମଣ କରୁଛି। ସୂଚନାନୁସାରେ, ଋଷ ସେନା ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଆଡକୁ ଯାଉଛନ୍ତି। ତେବେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ଅଷ୍ଟମ ଦିନରେ ଋଷ ଅଧିକ ଦିନକୁ ଦିନ ଆକ୍ରୋଶମୂଳକ ହୋଇଯାଉଛି। ଆଖିବୁଜି ଆକ୍ରମଣ କରୁଛି ୟୁକ୍ରେନ ଉପରେ।

zelenskyy and Putin
Picture Credit- amarujala.com

ଏସବୁ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଋଷିଆ ଉପରେ ବଡ ଆକ୍ରମଣ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ ଋଷିଆର କେବଳ ଚାରିଜଣ ବନ୍ଧୁ ରାଷ୍ଟ୍ର ଅଛନ୍ତି। ଯେଉଁଥିରେ ମଧ୍ୟରେ ଉତ୍ତର କୋରିଆ, ଇରିଟ୍ରିଆ, ସିରିଆ ଏବଂ ବେଲାଋଷ ସାମିଲ ଅଛି।

ସୂଚନା ଅନୁଯାୟୀ ଏହି ଚାରିଟି ଦେଶ ମିଳିତ ଜାତିସଂଘର ସାଧାରଣ ସଭାରେ ଋଷ ବିରୋଧରେ ଆସିଥିବା ପ୍ରସ୍ତାବରେ ଋଷ ସପକ୍ଷରେ ଭୋଟ୍ ଦେଇଛନ୍ତି। ଏହି ପ୍ରସ୍ତାବରେ ଋଷ ସୈନ୍ୟବାହିନୀକୁ ୟୁକ୍ରେନରୁ ବାହାରିବା ପାଇଁ କୁହାଯାଇଥିଲା।

ତେବେ ଜେଲେନସ୍କି ନିଜ ଦେଶକୁ ବଞ୍ଚାଇବା ପାଇଁ ଯାଇ କହିଛନ୍ତି ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଲଢ଼ିବି, କୌଣସି ଦେଶ ମୋ ସାଥ୍ ଦେଉ କିମ୍ବା ନ ଦେଉ। ଶତ୍ରୁ ନିଶ୍ଚିତ ପରାସ୍ତ ହେବେ ବୋଲି ସେ କହିଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ମଧ୍ୟ ନିଜକୁ କାପୁରୁଷ ପ୍ରମାଣିତ କରିବାକୁ ଚାହୁଁ ନାହାନ୍ତି। ସେ ନିଜ ଦେଶର ଜନସାଧାରଣଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ ଋଷ ଆକ୍ରମଣକାରୀଙ୍କୁ ଶିଖାଇବାକୁ ପଡ଼ିବ କି ସେମାନେ ଏଠାରେ କିଛି ପାଇବେ ନାହିଁ। ଋଷ ଯେତେ ସୈନିକ ପଠାଇଲେ ବି ଆମେ ମୁଣ୍ଡ ନୂଆଁଇବୁ ନାହିଁ। ଆମର ଶତ୍ରୁ ନିଶ୍ଚୟ ପରାସ୍ତ ହେବେ।

ଏହାସହ ମିଳିତ ଜାତିସଂଘର ସାଧାରଣ ସଭାରେ ଏହି ପ୍ରସ୍ତାବ ଉପରେ ଭୋଟିଂ ହେବା ପରେ ଜେଲେନସ୍କି ଏହି ପ୍ରସ୍ତାବକୁ ସ୍ୱାଗତ ଜଣାଇଛନ୍ତି। ସେ ଟୁଇଟ୍‌ରେ ଏକ ପୋଷ୍ଟ କରି କହିଛନ୍ତି ଯେ ଋଷିଆର ଏହି ବିଶ୍ୱାସଘାତକ ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ପାଇଁ ମୋତେ ମିଳିତ ଜାତିସଂଘର ସାଧାରଣ ସଭାକୁ ଡକାଯାଇଥିବରୁ ମୁଁ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ଧନ୍ୟବାଦ ଜଣାଉଛି।

ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ଯିଏ ଏହି ଯୁଦ୍ଧ ବିରୋଧୀ ପ୍ରସ୍ତାବରେ ଭୋଟ୍ ଦେଇଛନ୍ତି ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଶେଷରେ ଜେଲେନସ୍କି ପୁଟିନଙ୍କୁ ଯୁଦ୍ଧ ଅପରାଧୀ ବୋଲି ମଧ୍ୟ କହିଛନ୍ତି। ସଭା ଶେଷ ହେବା ପରେ, ଜେଲେନସ୍କି ତାଙ୍କ ନିୟମ କରି ୟୁକ୍ରେନକୁ ବଞ୍ଚାଇବା ପାଇଁ ତାଙ୍କର ନିରନ୍ତର ଚେଷ୍ଟା ଜାରୀ ରଖିବେ ବୋଲି କହିଛନ୍ତି। ତାଙ୍କ ଧର୍ଯ୍ୟ ଓ ନିଜ ଦେଶକୁ ବଞ୍ଚାଇବା ସଂକଳ୍ପକୁ ଦେଖି ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ପ୍ରାୟ ପାଞ୍ଚ ମିନିଟ୍ ଧରି କରତାଳି ଦେଇ ଜେଲେନସ୍କିଙ୍କ ସାହସ ବଢ଼ାଇଥିଲେ। କହିଥିଲେ ଏପରି ନେତା ମିଳିବା ସହଜ ନୁହେଁ। ଯୁଦ୍ଧ ଖୁବ୍ ଶୀଘ୍ର ବନ୍ଦ ହେବା ଦରକାର।

ତେଣୁ ନିଜ ରାଷ୍ଟ୍ରକୁ ବଞ୍ଚାଇବା ପାଇଁ ଯାହା କରିବାର ଅଛି ମୁଁ କରିବି ବୋଲି ଜେଲେନସ୍କି କହିଛନ୍ତି। ପୁଣି ଋଷିଆକୁ ସହଯୋଗ କରୁଥିବା ଚାରିଟି ରାଷ୍ଟ୍ର ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିବନି ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.