ସୋସିଆଲ ମିଡିଆରେ ପ୍ରତିଦିନ ଜଙ୍ଗଲୀ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହୋଇଥାଏ। ୟୁଜର୍ସ ମଧ୍ୟ ଏହିସବୁ ଭିଡିଓକୁ ଦେଖିବାକୁ ବେଶ୍ ପସନ୍ଦ କରୁଛନ୍ତି। ଯାହା କାରଣରୁ ସୋସିଆଲ ମିଡିଆରେ ଓ୍ଵାଇଲ୍ଡ ଲାଇଫ ଭିଡିଓ ଭାଇରଲ ହେବାରେ ଲାଗିଛି। ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଥିରେ ସିଂହ କିଭଳି ମଇଁଷି ପଲ୍ଲୀ ଠାରୁ ଜୀବନ ବଞ୍ଚାଇବା ପାଇଁ ଉପାୟ ଆପଣାଉଛି, ତାହା ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଏହିସବୁ ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଜଙ୍ଗଲରେ ସିଂହ ଅନ୍ୟ ଜୀବଜନ୍ତୁଙ୍କୁ ଅତି ସହଜରେ ଶିକାର କରିଦିଏ। କିନ୍ତୁ ଏହି ଭିଡିଓରେ ସବୁକିଛି ଅଲଗା ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ସିଂହକୁ ନିଜର ଟାର୍ଗେଟ କରିବା ପାଇଁ ମଇଁଷି ପଲ୍ଲ ପୂର୍ବରୁ ଚିନ୍ତା କରିନେଇଛନ୍ତି। ଏକୁଟିଆ ଶିକାର କରିବାକୁ ଆସିଥିବା ସିଂହ ଭୟରେ ନିଜ ଜୀବନ ବଞ୍ଚାଇବା ପାଇଁ ଗଛରେ ଚଢିଯାଇଥିବା ଦେଖିବାକୁ ମିଳିଛି।
View this post on Instagram
ଭାଇରଲ ହେଉଥିବା ଏହି ଭିଡିଓରେ ଛୋଟବେଳେ ପଢିଥିବା ପାଠ ମନେ ପଡିଯାଇଛି। ଯାହା ଏକତାକୁ ଦର୍ଶାଉଛି। ଏକତା ହିଁ ବଳ। ଏପରି ଏକ କାହାଣୀ ଆପଣ ନିଶ୍ଚିତ ଛୋଟ ବେଳେ ଶୁଣିଥିବେ। କିଭଳି ଜଣେ ଶିକାର ଚଢେଇ ଧରିବା ପାଇଁ ଜାଲ ବସାଇଥିବା ବେଳେ ଗୋଟିଏ ଚଢେଇ ଏହାର ଶିକାର ହେଉଛି। କିନ୍ତୁ ଚଢେଇ ଦଳ ନିଜ ସାଙ୍ଗକୁ ବଞ୍ଚାଇବା ପାଇଁ ସପୂଂର୍ଣ୍ଣ ଜାଲକୁ ଧରି ଉଡିଯାଉଛନ୍ତି।
ତେଣୁ ସିଂହ ଜଙ୍ଗଲରେ ରାଜା ହେଲେ ମଧ୍ୟ ମଇଁଷି ପଲ୍ଲ ଆଗରେ ହାର ମାନିଛି। ନିଜ ଜୀବନ ବଞ୍ଚାଇବା ପାଇଁ ବିକଳରେ ଗଛରେ ଚଢିଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହାକୁ ଲକ୍ଷ ଲକ୍ଷ ଭ୍ୟୁ ମିଳିଛି। ମଇଁଷି ଦଳଙ୍କ ଏକତା ଦେଖିବାକୁ ମିଳିଛି ଏହି ଭିଡିଓରେ। ଏହି ଭିଡିଓ ଓ୍ଵାଇଲ୍ଡ ଆନିମଲ ସଟର୍ସ ନାମକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଏହାକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।