Below header

ପ୍ରେଗ୍‌ନାନ୍ସି ଶୁଟ୍‌ରୁ କାଜଲ ଅଗ୍ରଓ୍ଵାଲ ସେୟାର କଲେ ଫଟୋ, ଅଭିନେତ୍ରୀଙ୍କ ଲୁକ୍‌ ଦେଖିଲେ ନଜର ହଟିବ ନାହିଁ

କାଜଲ ଅଗ୍ରଓ୍ଵାଲ ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ନିଜ ଇନଷ୍ଟାଗ୍ରାମରେ ବେବି ବମ୍ପ୍‌ ସହିତ ଫେଟା ସେୟାର କରୁଛନ୍ତି। ନିକଟରେ ସେ ହ୍ଵାଇଟ ରଙ୍ଗର ଶାର୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହା ବହୁତ ଆରାମଦାୟକ ଏବଂ ଷ୍ଟାଇଲିଶ୍‌ ଥିବା ବେଳେ ଏଥିରେ ବ୍ଲ୍ୟୁ ପ୍ରିଣ୍ଟ ରହିଛି। ଅଫ୍‌ ହ୍ଵାଇଟ୍‌ ଶାର୍ଟ ସହିତ କାଜଲ କାନରେ ଗୋଲ୍ଡେନ ଷ୍ଟେଟ୍‌ମେଣ୍ଟ ଇୟରରିଙ୍ଗ୍ସ ଏବଂ ରିଙ୍ଗ୍ସ ପିନ୍ଧିଛନ୍ତି। ଏଥି ସହିତ ସେ ‘ମଣ୍ଡେ ମର୍ଣ୍ଣିଂ ମୁଡ୍‌’ ହ୍ୟାସ୍‌ଟ୍ୟାଗ ସେୟାର କରିଛନ୍ତି।

ଅଭିନେତ୍ରୀ ଲାଲ୍‌ ରଙ୍ଗର ଲିପ୍‌ଷ୍ଟିକ ଲଗାଇଥିବା ବେଳେ ଗାଲକୁ ବ୍ଲଶ୍‌ କରିଛନ୍ତି। ଏହାଛଡ଼ା ଡାର୍କ ବ୍ରୋ ସହିତ ନିଜ ଲୁକ୍‌କୁ କମ୍ପ୍ଲିଟ୍‌ କରିଛନ୍ତି। କ୍ୟାମେରା ପାଇଁ ପୋଜ୍‌ ଦେବାକୁ ଯାଇ କାଜଲ ନିଜ ବେବି ବମ୍ପ୍‌ ଏବଂ ପ୍ରେଗ୍‌ନାନ୍ସି ଗ୍ଲୋକୁ ଫ୍ଲଣ୍ଟ କରୁଥିବା ଦେଖା ଯାଉଛନ୍ତି। କାଜଲ ଏବେ ନିଜ ପ୍ରେଗ୍‌ନାନ୍ସି ଶୁଟ୍‌ର ଫଟୋ ସେୟାର କରିବାରେ ଲାଗିଛନ୍ତି ଏବଂ ପ୍ରତ୍ୟେକ ଫଟୋରେ ବହୁତ ଡିସେଣ୍ଟ ନଜର ଆସୁଛନ୍ତି। ଅନ୍ୟ ଏକ ଫଟୋରେ ଅଭିନେତ୍ରୀ ବ୍ଲାକ ମ୍ୟାକ୍ସି ଡ୍ରେସ୍‌ ପିନ୍ଧି ନିଜ ବେବି ବମ୍ପ୍‌ ଫ୍ଲଣ୍ଟ କରିଛନ୍ତି। ଏଥିରେ କ୍ୟାପସନ ଦେଇଛନ୍ତି, ‘Anticipation’।

ଓ୍ଵାର୍କ ଫ୍ରଣ୍ଟ ଦେଖିଲେ, କାଜଲ ଅଗ୍ରଓ୍ଵାଲ ଶିବ କୋରାଟାଲାଙ୍କ ‘ଆଚାର୍ଯ୍ୟ’ରେ ନଜର ଆସିବେ। ଏହି ଫିଲ୍ମ ୨୯ ମାର୍ଚ୍ଚରେ ସିନେମାଘରେ ରିଲିଜ୍‌ ହେବ। ଏଥିରେ ତାଙ୍କ ସହିତ ଅଭିନେତା ଚିରଞ୍ଜିବୀ, ରାମ ଚରଣ, ପୂଜା ହେଗଡେ ପ୍ରମୁଖ କଳାକାର ମଧ୍ୟ ନଜର କରିବେ। ଏହା ବ୍ୟତୀତ ତାଙ୍କ ପାଖରେ ନାଗାର୍ଜୁନଙ୍କ ସହ ‘ଦ ଘୋଷ୍ଟ’ ନାମକ ଫିଲ୍ମ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.