କିସ୍‌ ବିଶ୍ୱବିଦ୍ୟାଳୟରେ ଚାଲିଛି ନାନୋ ଇନୋଭେସନ୍‌ ଲାବ୍ରୋଟୋରି କାର୍ଯ୍ୟକ୍ରମ

ଭୁବନେଶ୍ବର(କେନ୍ଯୁଜ୍): କିସ୍‌ ବିଶ୍ୱବିଦ୍ୟାଳୟ ପରିସରରର ଆୟୋଜିତ ହୋଇଛି ନାନୋ ଇନୋଭେସନ୍‌ ଲାବ୍ରୋଟୋରି କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡିଶା ଉଚ୍ଚ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କିସ୍‌ ଭାଇସ୍‌ ଚାନ୍ସଲର ପ୍ରଫେସର ଦୀପକ କୁମାର ବେହେରା, କିସ୍‌ ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ଦିଶା ଭଟ, କନ୍‌ଭେନର ଡ଼କ୍ଟର ତନୁଶ୍ରୀ ଦାସ ଏବଂ ଅନ୍‌ଲାଇନରେ ଯୋଡି ହୋଇଥିଲେ ନର୍ଥ ଓଡ଼ିଶା ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ଆଶିଷ କୁମାର ଜେନା, ସମ୍ବଲପୁର ୟୁନିଭର୍ସିଟିର ଡ଼କ୍ଟର ରାମ ନରେଶ ମହାଲିଙ୍ଗ, ଏନଆଇଟି ରାଉରକେଲାର ଆସୋସିଏଟ ପ୍ରଫେସର ଡ଼କ୍ଟର ହରେକୃଷ୍ଣ ସାହୁ ପ୍ରମୁଖ । ଏମାନେ ଉପସ୍ଥିତ ରହି ନାନୋ ଟେକ୍ନୋଲୋଜି ଉପରେ ଆଲୋଚନା କରିଥିଲେ । ଆସନ୍ତା ୧୮ ତାରିଖ ଯାଏ ଚାଲିବ କାର୍ଯ୍ୟକ୍ରମ ।

Leave A Reply

Your email address will not be published.